ରାଉରକେଲା: ଦିନକ ପରେ ଆଜି ପୁଣି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଯବାନ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓନେତା ମନୀଷ ଯାଦବର ମୃତ୍ୟୁ ଘଟିଛି। ତା’ର ଘନିଷ୍ଠ ସହଯୋଗୀ କୁନ୍ଦନ ଖେରୱାରକୁ ପୁଲିସ ଗିରଫ କରିଛି। ପୁଲିସ ଘଟଣାସ୍ଥଳରୁ ଦୁଇଟି ସ୍ବୟଂଚାଳିତ ରାଇଫଲ୍ ଜବତ କରିଛି। ଲାତେହାର କରମଖାଦ ଓ ଦୌନା ଜଙ୍ଗଲରେ ଯବାନ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓନେତା ମନୀଷର ମୃତ୍ୟୁ ହୋଇଥିଲା। ଏନ୍କାଉଣ୍ଟର ପରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପସରେନ୍କୁ ଜୋରଦାର କରାଯାଇଛି। ମନୀଷ ଓ ତା’ର ସହଯୋଗୀମାନେ ଦୌନା ଜଙ୍ଗଲରେ ବଡ଼ଧରଣ ହିଂସାକାଣ୍ଡ କରିବାକୁ ଯୋଜନା କରୁଥିବା ପୁଲିସକୁ ସୂଚନା ମିଳିଥିଲା।
ଘନିଷ୍ଠ ସହଯୋଗୀ କୁନ୍ଦନ ଗିରଫ
ତିନି ଦିନରେ ୩ ମାଓବାଦୀ ନିହତ
ସୂଚନା ଆଧାରରେ ପୁଲିସ-ସିଆର୍ପିଏଫ୍ ଯବାନ ମିଳିତ ଭାବେ ଜଙ୍ଗଲକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ମନୀଷ ଓ ତା’ର ସହଯୋଗୀମାନେ ସେଠାରୁ ଖଯିଯିବାକୁ ପୁଲିସ ଉପରୁ ଗୁଳିଚାଳନା କରିଥିଲେ। ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ମୃତ ମନୀଷର ମୁଣ୍ଡ ଜାମିନ ପାଇଁ ୫ ଲକ୍ଷ ଓ ଗିରଫ କୁନ୍ଦନ ପାଇଁ ୧୦ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା। ମନୀଷ ନାଁରେ ୫୦ରୁ ଅଧିକ ଆପରାଧିକ ମାମଲା ରହିଛି। ନିକଟରେ ଔରଙ୍ଗାବାଦ କଟିଆରେ ପୁଲିସ-ମାଓବାଦୀ ଗୁଳିବିନିମୟରେ ୧୩ ପୁଲିସ ସହିଦ ହୋଇଥିଲେ। ଏହି ଘଟଣାରେ ମନୀଷ ସମ୍ପୃକ୍ତ ଥିଲା। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ବୁଢ଼ାପାହାଡ଼ ଜଙ୍ଗଲରେ ନେଟ୍ୱର୍କ ଚଳାଇଥିବା ଅରବିନ୍ଦର ଅଙ୍ଗରକ୍ଷୀ ଥିଲେ ମନୀଷ। ମାଓନେତା ଅରବିନ୍ଦ ପାଇଁ ଝାଡ଼ଖଣ୍ଡ ସରକାର ୧ କୋଟି ଟଙ୍କା ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଯବାନଙ୍କ ଗୁଳିରେ ଝାଡ଼ଖଣ୍ଡ ଜନସଂଘର୍ଷ ମୁକ୍ତି ମୋର୍ଚ୍ଚା (ଜେଜେଏମ୍ପି) ମୁଖ୍ୟ ପପୁ ଲୋହରା ଓ ତା’ର ଘନିଷ୍ଠ ସହଯୋଗୀ ପ୍ରଭାତ ଲୋହରାର ମୃତ୍ୟୁ ହୋଇଛି। ଅନ୍ୟମାନେ ସେଠାରୁ ଖସିଯିବାରେ ସଫଳ ହୋଇଥିଲେ। ଜେଜେଏମ୍ପିର ମୁଖ୍ୟ ପପୁ ପାଇଁ ଝାଡ଼ଖଣ୍ଡ ସରକାର ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ତା’ ନାଁରେ ସୀମାନ୍ତ ଥାନାରେ ଅନେକ ଆପରାଧିକ ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/27/0oErzwiRIQ7yn9pdquH2.jpg)