ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପୁଲିସ ବିଭାଗ ପକ୍ଷରୁ ୬୧ତମ ସହିଦ ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ପାରଳାଖେମୁଣ୍ଡି ବେତାଗୁଡାସ୍ଥିତ ପୁଲିସ ରିଜର୍ଭ ପଡ଼ିଆଠାରେ ଥିବା ସହିଦ ସ୍ତମ୍ଭରେ ପୁଷ୍ପ ଅର୍ପଣ କରିବା ସହ ମହାମାହିମ ରାଜ୍ୟପାଳ ଏବଂ ମାନ୍ୟବର ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ପଢିଥିଲେ ପୁଲିସ କର୍ମଚାରୀ । କୋଭିଡ ଯୁଦ୍ଧରେ ପ୍ରାଣ ହରାଇଥିବା ସହିଦମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିବା ସହ ସେମାନଙ୍କ ନାମ ପଠନ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ତପନ କୁମାର ପଟ୍ଟନାୟକ, ଅତିରିକ୍ତ ଅଧ୍ୟକ୍ଷ ସୀତାରାମ ଶତପଥୀ, ଡି. ଏସ. ପି ଜୁରିଆ ବେହେରା, ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଏବଂ ଅଧିକାରୀ କନଷ୍ଟେବଳମାନେ ସହିଦ ସ୍ତମ୍ଭରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସେହିପରି ରାଉରକେଲା ଓ ବାଲେଶ୍ୱର ରିଜର୍ଭ ପୁଲିସ ପଡ଼ିଆରେ ୬୧ତମ ପୁଲିସ ସହିଦ ଦିବସ ପାଳିତ ହୋଇଥିବା ବେଳେ ଢ଼େଙ୍କାନାଳରେ ସ୍ଥାନୀୟ ରିଜର୍ଭ ପୁଲିସ ପଡିଆଠାରେ ଆଜି ପୁଲିସ ସହିଦ ଦିବସ ଅନୁଷ୍ଠତ ହୋଇଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ବିନୟ କୁମାର କାମିଲା ମୁଖ୍ୟଅତିଥି ଭାବେ ଯୋଗଦେଇ କରୋନା ମହାମାରୀରେ ପୁଲିସଭାଇମାନେ ଯେଉଁଭଳି ଦାୟିତ୍ଵ ସମ୍ପନ୍ନ କରିଛନ୍ତି ତାହା ଗର୍ବର ବିଷୟ କହିଥିଲେ।ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ କାମିଲା ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିବା ସହିତ ସହିଦ ପୁଲିସ ଭାଇମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
୬୧ତମ ପୁଲିସ ସହିଦ ଦିବସରେ ସହିଦ ପୁଲିସକର୍ମୀଙ୍କୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ବାରିପଦାରେ । ମୟୂରଭଞ୍ଜ ପୁଲିସ ପ୍ରଶାସନ ପକ୍ଷରୁ ବାରିପଦା ରିଜର୍ଭ ପୁଲିସ ପ୍ୟାରେଡ୍ ପଡିଆଠାରେ ପୁଲିସ ସହିଦ ଦିବସ ପାଳିତ ହୋଇଯାଇଛି ।
୧୯୫୯ ମସିହାରୁ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଏହି ଦିବସଟିକୁ ସହିଦ୍ ଦିବସ ରୁପେ ପୁଲିସ ପକ୍ଷରୁ ପ୍ରତି ବର୍ଷ ପାଳନ କରାଯାଉଛି।
ଆଜିର ଦିବସରେ ଅମର ଯବାନ ସହିଦ୍ ପୀଠରେ ପୁଷ୍ପମାଲ୍ୟ ଦେଇ ଅମର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପୁଲିସ ବାହିନୀ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସହିଦମାନଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ୍ ଭରଦ୍ବାଜଙ୍କ ସହ ପୁଲିସ ବିଭାଗର ବିଭିନ୍ନ ପଦାଧିକାରୀ, ଇନ୍ସିପେକ୍ଟର, ଏସ.ଆଇ, ଏ.ଏସ.ଆଇ, ହାବିଲଦାର, କନେଷ୍ଟବଳ ପ୍ରମୁଖ ଯୋଗ ଦେଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ଅବସରପ୍ରାପ୍ତ ପୁଲିସ ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।
ସେହିପରି ପୁରୀରେ ରିଜର୍ଭ ପୁଲିସ ପ୍ୟାରେଡ ଗ୍ରାଉଣ୍ଡରେ ସହିଦ ଦିବସ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା। ଏସ.ପି ଅଖିଳେଶ୍ବର ସିଂ ଅଭିବାଦନ ଗ୍ରହଣ କରି ପ୍ୟାରେଡ ଆରମ୍ଭ କରିଥିଲେ। ରିଜର୍ଭ ଇନ୍ସପେକ୍ଟର ଚନ୍ଦ୍ର ଶେଖର ଦାଶଙ୍କ ଦ୍ବାରା ପ୍ୟାରେଡ ପରିଚାଳନା କରାଯାଇଥିଲା। ଅତିରିକ୍ତ ଏସ.ପି ଅରୁଣ କୁମାର ଜେନା, ଅତିରିକ୍ତ ଏସ.ପି ଅମୂଲ୍ୟ କୁମାର ରାଉତରାୟ, ସିଟି ଡି.ଏସ.ପି କ୍ଷୀର ସାଗର ନାୟକ, ଏସ.ଡି.ପିଓ କିଶୋର ମୁଣ୍ଡ, ଏ.ସି ମନ୍ଦିର ସୁରକ୍ଷା କୌଶିକ ନାୟକ, ଏ.ସି ହୋମଗାର୍ଡ ଜିତେନ୍ଦ୍ର କୁମାର ଦେହୁରୀ ଏବଂ ମୁଖ୍ୟାଳୟର ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏସ.ପି ୨୬୫ ପୁଲିସ କର୍ମଚାରୀଙ୍କ ନାମ ପଠନ କରିଥିଲେ ଯେଉଁମାନେ ୦୧.୦୯.୨୦୧୯ରୁ ୩୧.୦୮.୨୦୨୦ ପର୍ଯ୍ୟନ୍ତ ଡ୍ୟୁଟି ସମୟରେ ନିଜ ଜୀବନ ଦେଇଥିଲେ।