ଭୁବନେଶ୍ୱର: ନିଜ କାରର ନମ୍ବର ପ୍ଲେଟରେ ପୁଲିସ ଲେଖି ରାସ୍ତାରେ ଗାଡି ଚଳାଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ | କାରଣ ଆପଣଙ୍କ ପାଖରେ ପହଁଚିଯାଇପାରେ ପୁଲିସର ନୋଟିସ | କମିସନରେଟ ପୁଲିସର କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ପୁଲିସ ଲେଖି ବୁଲୁଥିବା ଏକ କାର ମାଲିକଙ୍କୁ ନୋଟିସ ଜାରି କରିଛନ୍ତି | ମିଳିଥିବା ସୂଚନା ମୁତାବକ ଓଡି ୦୨ ଏଏକ୍ସ ୪୮୪୬ ନମ୍ବରର ସେଲେରିଓ କାର ରାଜଧାନୀ ରାସ୍ତାରେ ବୁଲୁଥିଲା | ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଏହି କାରଟି ବୁଲୁଥିବା ନେଇ ଜଣେ ବ୍ୟକ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଟ୍ୱିଟର ମାଧ୍ୟମରେ ଜଣାଇଥିଲେ | ଏହାପରେ କମିସନର ତାଙ୍କୁ ଟୁଇଟ୍ ଜରିଆରେ ଗାଡ଼ି ମାଲିକଙ୍କୁ ନୋଟିସ ଜାରି ହୋଇସାରିଛି ବୋଲି ଜଣାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
We have issued notice to the owner. https://t.co/03Um8soaTN
— Dr Sudhanshu Sarangi (@SarangiSudhansu) September 16, 2019
ଏହାପରେ କମିସନର ନମ୍ବର ଯାଞ୍ଚ କରି ଗାଡି ମାଲିକଙ୍କୁ ନୋଟିସ ଜାରି କରିଛନ୍ତି | ତେବେ ଏହି ଘଟଣା ପ୍ରଥମ ନୁହେଁ | ପୂର୍ବରୁ ମଧ୍ୟ ରାଜରାସ୍ତାରେ ଓଡି ୦୨ ଏପି ୪୫୭୪ ନମ୍ବର ଥିବା ସ୍ୱିଫ୍ଟ କାରଟିଏ ବିନା ନିୟମକାନୁନରେ ବୁଲୁଥିଲା | ନମ୍ବର ପ୍ଲେଟ ତଳେ ଲେଖାଥିଲା ଧୀରେ ଚଲାଅ, ମୁଁ ଜଣେ ପୁଲିସ | ଏହାକୁ ନେଇ ଜଣେ ବ୍ୟକ୍ତି ଆଇପିଏସ ଅଫିସର(ତତକାଳୀନ ଆଇଜି, କ୍ରାଇମବ୍ରାଞ୍ଚ) ଅରୁଣ ବୋଥ୍ରାଙ୍କୁ ଟ୍ୱିଟ କରିଥିଲେ |
ଏହାପରେ ଅରୁଣ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁଙ୍କ ସହ ଏ ବାବଦରେ କଥା ହୋଇଥିଲେ | ଏହାପରେ ଗାଡ଼ିଟିକୁ ଖୋଜାଯାଇ କାର ମାଲିକଙ୍କ ପାଖରୁ ଚାଲାଣ କଟାଯିବା ସହ ଦାଦାଗିରି ଷ୍ଟିକରକୁ ହଟାଯାଇଥିଲା | ତଦନ୍ତରୁ ଜଣାପଡିଥିଲା ଯେ ଏହି କାରଟି ଯାଜପୁରର ଜଣେ ଠିକାଦାରଙ୍କର ହୋଇଥିବାବେଳେ ପୁଲିସ ବିଭାଗ ସହ ତାଙ୍କର କୌଣସି ସମ୍ପର୍କ ହିଁ ନଥିଲା|