ପୁଲିସ – ନକ୍ସଲ ଗୁଳିବିନିମୟ, ଜଣେ ନକ୍ସଲ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ପୁଲିସ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଗୁଳିମାଡରେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଛି। ମୃତ ନକ୍ସଲ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ପୁଲିସ। ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ଭେରମଗଡ ଏରିଆ କମିଟି ନକ୍ସଲ ମିରତୁର ଥାନା ଅନ୍ତର୍ଗତ କୁଡନେର ଗ୍ରାମ ନିକଟସ୍ଥ ଜଂଗଲରେ କ୍ୟାମ୍ପ କରି ରହିଛନ୍ତି। ତୁରନ୍ତ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଏହି ଅଂଚଳକୁ ସର୍ଚ୍ଚ ଅପରେସନରେ ବାହାରିଥିଲେ।

ଜଂଗଲରେ ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ପୁଲିସ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଜଂଗଲରେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲର ମୃତ ଦେହକୁ ଉଦ୍ଧାର କରଛି। ପୁଲିସ ଏହି ଅଂଚଳରେ ଏବେ ମଧ୍ୟ ଅପରେସନକୁ ଜୋରଦାର କରିଛି।

ସମ୍ବନ୍ଧିତ ଖବର