ଗଞ୍ଜେଇ କାରବାର ଲିଙ୍କରେ ବାପା ଓ ପୁଅଙ୍କ ୧.୨୬ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ

ନବରଙ୍ଗପୁର: ଗଞ୍ଜେଇ ବ୍ୟବସାୟ କରି କୋଟି କୋଟିର ମୁନାଫା। ନବରଙ୍ଗପୁର ପୁଲିସକୁ ପୁଣି ମିଳିଛି ଏକ ବଡ ଧରଣର ସଫଳତା। ଗଞ୍ଜେଇ ଲିଙ୍କରେ ବାପା ଓ ପୁଅଙ୍କ ୧.୨୬ କୋଟି ଟଙ୍କାର ସମ୍ପତ୍ତି ଜବତ ପାଇଁ ନୋଟିସ ମାରିଛି ଓଡିଶା ପୁଲିସ। ମାଲାକାନାଗରି ଜିଲ୍ଲାରୁ କୋଷାଗୁମୁଡା ଓ ଉମରକୋଟ ଦେଇ ଗଞ୍ଜେଇ ଚାଲାଣ ହେଉଥିଲା ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶକୁ । ଏପରି ସମ୍ପତ୍ତିକୁ ଜବତ କରିବା ମାମଲା ନବରଙ୍ଗପୁର ଜିଲ୍ଲାରେ ୨ୟ।

ଉମରକୋଟ ଥାନା ଧୋଡ୍ରା ନିକଟସ୍ଥ ବାଣୁଆଗୁଡା ଗ୍ରାମର ବାପା ସୁବାଷ ବିଷୋୟୀ ଓ ୨ ପୁଅ ରାମଚନ୍ଦ୍ର ବିଷୋୟୀ ଓ ସୁବିର ବିଷୋୟୀଙ୍କ ସମ୍ପତ୍ତିକୁ ଜବତ ପାଇଁ ନୋଟିସ ମରାଯାଇଛି। ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ୨୪-୩-୨୦୨୧ ରେ କୋଷାଗୁମୁଡା ଥାନା ରେ କେସ ନଂ ୪୮ ଓ କୋଡିଗାଁ ଥାନା ରେ ୧୦-୪-୨୧ ରେ କେସ ନଂ ୬୪ ରେ ବାପା ଓ ପୁଅଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହି ମାମଲା ରେ ୭୫.୫ କେଜି ଗଞ୍ଜାଇ ଜବତ ହୋଇଥିଲା। ଏହି ମାମଲାକୁ ଆଧାର କରି ସେମାନଙ୍କ ସମ୍ପତ୍ତି ଠୁଳ ନେଇ ତଦନ୍ତ ହୋଇଥିଲା। ତଦନ୍ତ ବେଳେ ଜଣାପିଡିଥିଲା ଯେ ଗତ ୩ ବର୍ଷ ମଧ୍ୟରେ ସୁବାଷ ବିଷୋୟୀ ଏକ କୋଠା ନିର୍ମାଣ କରିଛନ୍ତି। ଯାହାର ମୁଲ୍ୟ ୩୫ ଲକ୍ଷ ୭୫ ହଜାର ଟଙ୍କା ହେବ। ଏହି ୩ ବର୍ଷ ମଧ୍ୟରେ କରିଥିବା କୋଠା ସମ୍ପତ୍ତି ବେଆଇନ ଭାବେ ଗଛିତ ଅର୍ଥରେ ନିର୍ମାଣ ହୋଇଥିବା ନେଇ ପୁଲିସ ତଦନ୍ତ ରୁ ଜଣାପଡିଥିଲା।

ସେହିପରି ଭାବେ ସୁବିର ବିଷୋୟୀ ବାଣୁଆଗୁଡା ଗ୍ରାମରେ ଏକ ଘର ତିଆର କରିଛନ୍ତି ଯାହାର ମୁଲ୍ୟ ପ୍ରାୟ ୩୩ ଲକ୍ଷ ଟଙ୍କା ହେବ। ମୋଟ କୋଠାର ମୁଲ୍ୟ ୬୮ ଳକ୍ଷ ୭୫ ହଜାର ହେବ। ଗୋଟିଏ ବୁଲେଟ୍ ଗାଡିର ଦାମ ୧ ଲକ୍ଷ ୩୯ ହଜାର ଓ ତାଙ୍କ ବ୍ୟାଙ୍କ ଏକାଉଣ୍ଟରେ ଥିବା ୪ ଲକ୍ଷ ୪୦ ହଜାର ଟଙ୍କା। ଏହି ସମ୍ପତ୍ତିର ଆୟ ଓ ବ୍ୟୟର ହିସାବ ଦେଇପାରିନଥିଲେ। ସେହିପରି ଭାବେ ଏହି ୩ ଜଣ ବାପା ଓ ପୁଅଙ୍କ ଏକାଉଣ୍ଟ ରେ ହୋଇଥିବା ଟ୍ରାନଜେକ୍ସନରୁ ମୋଟ ବ୍ୟାଙ୍କ ନେଣ ଦେଣ ମଧ୍ୟରୁ ୧୮ ଲକ୍ଷ ୩୫ ହଜାର ୬୭୮ ହଜାର ଟଙ୍କାର ବ୍ୟାଙ୍କ ନେଣ ଦେଣ ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଏହିପରି ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୁଲ୍ୟ ୧ କୋଟି ୨୬ ଲକ୍ଷ ଟଙ୍କାର ସମ୍ପତ୍ତି ବେଆଇନ ବୋଲି ଠାବ କରିବା ସହ ଏହି ସମ୍ପତ୍ତି କୁ ଜବତ କରିବା ପାଇଁ ତାଙ୍କ ଘର ଆଗରେ ନୋଟିସ ମରାଯାଇଛି।

ସମ୍ବନ୍ଧିତ ଖବର