୬୦ତମ ବରିଷ୍ଠ ପୁଲିସ ଅଫିସର ସମ୍ମିଳନୀ ୧୩ରୁ

କଟକ : ଓଡ଼ିଶା ପୁଲିସ୍‌ର ୬୦ ତମ ବରିଷ୍ଠ ପୁଲିସ ଅଧିକାରୀଙ୍କ ସମ୍ମିଳନୀ ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର ପୁଲିସ ଭବନରେ ଅନୁଷ୍ଠିତ ହେବାକୁ ଯାଉଛି । ୧୫ ତାରିଖରେ କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ । ଏହି ଅବସରରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି, ଅପରାଧ ଦମନ, ବାମପନ୍ଥୀ ସନ୍ତ୍ରାସବାଦ, ଥାନା ସ୍ତରରେ ସୁଦୃଢ଼ୀକରଣ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଂଗ ସମ୍ପର୍କରେ ଆଲୋଚନା କରାଯିବ । ପୁଲିସ କମିସନର, ରେଞ୍ଜ ଆଇଜି/ଡିଆଇଜି, ସମସ୍ତ ଜିଲ୍ଲାର ଏସ୍‌ପି, କମିସନରେଟ୍‌ ପୁଲିସର ଡିସିପି, ସଶସ୍ତ୍ର ବାଟାଲିୟନ୍‌ର କମାଣ୍ଡାଣ୍ଟ, ପ୍ରଶିକ୍ଷଣ ନେଉଥିବା ଆଇପିଏସ୍‌ ଅଧିକାରୀ, ସମସ୍ତ ପୁଲିସ ପ୍ରତିଷ୍ଠାନ ହୋମଗାର୍ଡ, ଭିଜିଲାନ୍ସ, ଜେଲ୍‌ ବିଭାଗ, ଓଡ଼ିଶା ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଆଦି ଅନୁଷ୍ଠାନର ବରିଷ୍ଠ ଅଧିକାରୀ ଅଂଶ ଗ୍ରହଣ କରିବେ । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ବୋଲି ବକ୍ସିବଜାର ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧିତ ଖବର