କରୋନା ଯୋଦ୍ଧା-୧ : ପରିବାରକୁ ତୁଚ୍ଛ କରିଛନ୍ତି ଦମ୍ପତ୍ତି

ଜୟପୁର : ପରିବାର ପଛ, କର୍ତ୍ତବ୍ୟ ଓ ଲୋକଙ୍କ ସେବା ପ୍ରଥମେ। ପରେ ପରିବାର ଏବଂ ଏକମାତ୍ର ଗେଲବସର ଝିଅ ସିବାଙ୍ଗୀର ବାପା..ବାପା.. ଓ ମା…ମା.. ଡାକ। କରୋନା ପାଇଁ ଥାନାରେ କଟୁଛି ଦମ୍ପତ୍ତିଙ୍କ ସର୍ବାଧିକ ସମୟ। ଆମେ କହୁଛୁ ସଦରଥାନାରେ କାର୍ଯ୍ୟରତ ଥିବା ଓଡ଼ିଶା ପୁଲିସ ତଥା ଜୟପୁର ସଦରଥାନା ଓଆଇସି ଭାବେ କାର୍ଯ୍ୟରତ ଶିବ ଶଙ୍କର ସାହୁ ଓ ତାଙ୍କ ପତ୍ନୀ ତଥା ଏସଆଇ ସୀମା ପ୍ରଧାନଙ୍କ କଥା। ଯେଉଁ ସମୟରେ ବିଶ୍ବର ସବୁ ଅଧିବାସୀ ଘରେ ରହି ନିଜକୁ ସୁରକ୍ଷିତ ମଣୁଛନ୍ତି ସେହି ସମୟରେ ବାହାରେ ରହି ଲୋକଙ୍କୁ ସୁରକ୍ଷା ସହ ସତେଚନ କରୁଛନ୍ତି ଏହି କୋରାପୁଟ ପୁଲିସର ଏହି ଦୁଇ ପୁଲିସ ଅଧିକାରୀ।

ଲକଡାଉନରେ ଆଇନ ଶୃଙ୍ଖଳା ପାଇଁ ଦୁଇ ପୁଲିସ ଅଧିକାରୀ ଜୟପୁର ସଦରଥାନାରେ ନିୟୋଜିତ ରହିଛନ୍ତି। ଏହି ଥାନା ହେଉଛି ସେହି ଥାନା ଯାହା କୋରାପୁଟ ଜଲ୍ଲାର ସର୍ବାଧିକ ୧୭ଟି ପଞ୍ଚାୟତ ଓ ୩ଟି ଆଉଟପୋଷ୍ଟ ଥିବା ଥାନା। ପାତ୍ରପୁଟରୁ ଜୟନ୍ତୀଗିରି, କଙ୍ଗାରୁ କୋରାପୁଟ ଘାଟି ସବୁ ଅଞ୍ଚଳ ଯାଉଛି ଏହି ଥାନା ଅଧୀନରେ। ସେଥିପାଇଁ ଯେଉଁପରି ଭାବେ ପୂର୍ବରୁ ଝିଅକୁ ଉଭୟ ଦମ୍ପତ୍ତି ମାତୃପିତୃ ସ୍ନେହ ଦେବା କଥା ଦେଇ ପାରୁନାହାନ୍ତି। କେତେବେଳେ ଘରକୁ ବାପାମା ଆସିବେ ତାଙ୍କ ବାଟକୁ ଚାହିଁ ବସିଥାଏ ଝିଅ ସିବାଙ୍ଗୀ ସାହୁ। କିନ୍ତୁ ଆଇନ ଶୃଙ୍ଖଳାର ଭାର ଏତେ ଅଧିକ ଯେ ଦୁଇ ଅଧିକାରୀଙ୍କୁ ବାଧ୍ୟ ହୋଇ ଜଣେ ଆୟାକୁ ଦେଖା ରେଖା କରିବାକୁ ଦାୟିତ୍ବ ଦେଇଛନ୍ତି। ଏହି ଆୟା ଜଣକ ଝିଅର ଖାଦ୍ୟପେୟ ସହ ସବୁ କାର୍ଯ୍ୟ କରୁଥିବାବେଳେ ଇଚ୍ଛା ଆଗରେ କର୍ତ୍ତବ୍ୟ ଆଗ ହୋଇଛି। ଲକଡାଉନ ହେତୁ ସ୍ଥିତି ଏପରି ହୋଇଛି ଯେ ଉଭୟଙ୍କ ପରିବାରପଟୁ ମଧ୍ୟ କେହି ସଦସ୍ୟ ଆସିପାରିବେ ନାହିଁ। ଫଳରେ ୩ ବର୍ଷର ଶିଶୁଟି ଯେଉଁ ଭଳି ଭାବେ ମାର ସ୍ନେହ ଓ ବାପାଙ୍କ ଆଦର ପାଇବା କଥା ପାଇପାରୁନାହିଁ। ଏଥିରେ ଉଭୟ ବାପାମା ଟିକେ ମଧ୍ୟ ଊଣା ନକରି କର୍ତ୍ତବ୍ୟ କରୁଛନ୍ତି। ମାତ୍ର କେଇ ଘଣ୍ଟା ଉଭୟେ ସମୟ ଦେଉଥିବାବେଳେ ସେଥିରେ କିନ୍ତୁ ବେଶ ଖୁସି ଝିଅ…।

ଜୟପୁର ସଦରଥାନାରେ ଏସଆଇ ସୀମା ପ୍ରଧାନ ମହିଳା ଡେକ୍ସର ଇନଚାର୍ଜ ରହିଥିବାବେଳେ ଏସଆଇ ଶିବ ଶଙ୍କର ସାହୁ ଓଆଇସି ଭାବେ ଦାୟିତ୍ବ ତୁଲାଉଛନ୍ତି। ସକାଳୁ ଉଭୟେ ଲୋକଙ୍କ ସୁରକ୍ଷା ପାଇଁ ପଟ୍ରୋଲିଂରେ ଯାଉଥିବାବେଳେ ପାଖାପାଖୀ ୧୦ଟାବେଳେ ଘରକୁ ଫେରନ୍ତି। ନିତ୍ୟକ୍ରମ ଶେଷ କରି ପୁଣିଥରେ ଥାନାକୁ ଯାଆନ୍ତି। ଏହାପରେ ଖରାବେଳେ କିଛି ସମୟ ଖାଇବାକୁ ଆସିବା ପରେ ପୁଣି ଫେରିଯାଆନ୍ତି ଥାନାକୁ। କାର୍ଯ୍ୟ ଶେଷ କରି ଫେରି ପୁଣି ଖାଇ ଚାଲିଯାଆନ୍ତି ରାତ୍ରୀ କାଳୀନ ପାଟ୍ରୋଲିଂରେ। କେତେବେଳେ ପଟ୍ରୋଲିଂରେ ରାତି ତମାମ ଶେଷ ହୋଇ ଯାଉଥିବାବେଳେ କେତେବେଳେ ବିଳମ୍ବିତ ରାତିରେ ପହଞ୍ଚିଥାନ୍ତି ଘରେ। ସେତେବେଳକବୋପା ମାଙ୍କ ବାଟକୁ ଚାହିଁ ଝିଅ ଶୋଇପଡୁଥିବା ମଧ୍ୟ ଦେଖିବାକୁ ପାଇଥାନ୍ତି। ଗୋଟିଏ ପଟେ ପରିବାର ଅନ୍ୟ ପଟେ କର୍ତ୍ତବ୍ୟ। ଏହିରି ମଧ୍ୟରେ ଥିବା ସୂତାଖିଅରେ ଚାଲୁଛନ୍ତି ଏହି ଦୁଇ ଏସଆଇ। ବିବାହ କରି ଏହି ଦମ୍ପତ୍ତି ପରିବାର ଆରମ୍ଭ କରିଥିବାବେଳେ ଭଭୟ ଜିଲ୍ଲାର ବହୁ ଉପାନ୍ତ ଥାନାରେ କାର୍ଯ୍ୟ କରିଛନ୍ତି। ଓଆଇସି ଶିବ ଶଙ୍କର ସାହୁ ଜୟପୁର ଟାଉନ ଥାନାରେ ଏସଆଇ ଭାବେ କାର୍ଯ୍ୟ କରୁଥିବାବେଳେ ଏସପି ତାଙ୍କୁ ଗତ କିଛି ମାସ ହେବ ଜୟପୁର ସଦରଥାନା ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ବ ଦେଇଛନ୍ତି। ସେହିପରି ପୂର୍ବରୁ ଏହି ଥାନାରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲାକୁ ତଦନ୍ତ କରି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଏସଆଇ ସୀମା ପ୍ରଧାନ।

ସମ୍ବନ୍ଧିତ ଖବର