ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଫେରସଗଡ଼ ଥାନା ଅଧିକାରୀ ଆକ୍ସ ମସିହା ଏକ କାର ଯୋଗେ ନିଜର ଜଣେ କନେଷ୍ଟବଳଙ୍କ ସହ ବିକାପୁର ଜିଲ୍ଲା ମୁଖ୍ୟ ପୁଲିସ କାର୍ଯ୍ୟାଳୟକୁ ଯାଉଥିଲେ। ତେବେ ସମାନପଲ୍ଲୀ ଓ ରାଣିବଦଲି ମଧ୍ୟରେ ଥିବା ଗନ୍ନମ ନାଳ ନିକଟରେ ନକ୍ସଲ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଥିଲେ। ଏଥିରେ କାରର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ଥାନା ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ବର୍ତ୍ତିଯାଇଥିଲେ।

Advertisment

ଏସପି ଜିତେନ୍ଦ୍ର ଯାଦବ ଘଟଣାର ସ୍ପଷ୍ଟୀକରଣ ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପେରେସନ ଆରମ୍ଭ କରିଥିବା ଜଣାପଡ଼ିଛି।