ପୁରୀ : ସିଂହଦ୍ବାର ଥାନା ଅଧିକାରୀ ଗେଲି ସାହୁ ଶୁକ୍ରବାର ଦିନ ଶ୍ରୀମନ୍ଦିରରେ ଜୋତା ପିନ୍ଧି ପଶିଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଦକ୍ଷିଣଦ୍ବାର ଦେଇ ସେ ଶ୍ରୀମନ୍ଦିରକୁ ଜୋତା ପିନ୍ଧି ପଶିଯାଇଥିବା ସେବାୟତମାନେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଦିନ ଅଁଳା ନବମୀରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ରହିଥିଲା। ସିଂହଦ୍ବାର ଓ ପଶ୍ଚିମଦ୍ବାର ଦେଇ ଭକ୍ତମାନଙ୍କୁ ଦର୍ଶନ ପାଇଁ ଯିବାକୁ ଅନୁମତି ରହିଛି। କିନ୍ତୁ ଶୁକ୍ରବାର ଅନେକ ଭକ୍ତ ଦକ୍ଷିଣଦ୍ବାର ଦେଇ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିଲେ। ଅମାନିଆ ଭକ୍ତଙ୍କୁ ଅଟକାଇବାକୁ ଯାଇ ଥାନା ଅଧିକାରୀ ଦକ୍ଷିଣଦ୍ବାର ଦେଇ ଜୋତା ପିନ୍ଧି ଶ୍ରୀମନ୍ଦିରକୁ ପଶିଯାଇଥିଲେ। ଯାହାକୁ ନେଇ ଶ୍ରୀମନ୍ଦିରରେ ବି ବିରୋଧାଭାସ ଦେଖାଦେଇଛି। ତେବେ ଥାନା ଅଧିକାରୀ ଶ୍ରୀମତୀ ସାହୁ ଏହାକୁ ଖଣ୍ଡନ କରିଛନ୍ତି। ସେ ସେଭଳି ଜୋତା ପିନ୍ଧି ଶ୍ରୀମନ୍ଦିର ଭିତରକୁ ପଶି ନଥିବା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/srimandir-1.jpg)