ପୁଲିସ ମୁଖ୍ୟାଳୟରେ ୩୦ ଅଫିସର ସମ୍ବର୍ଦ୍ଧିତ

କଟକ : କଟକ ବକ୍ସିବାଜର ପୁଲିସ ମୁଖ୍ୟାଳୟରେ ଆଜି ୩୦ ଜଣ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ୧୪ ଜଣ ଅଫିସର ଉପଯୁକ୍ତ ତଦନ୍ତ କରିଥିବାରୁ ୧୪ଟି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଅପରାଧୀଙ୍କୁ କୋର୍ଟ ଆଜୀବନ ସଜା ଶୁଣାଇଥିବା ବେଳେ ୧୬ ଜଣ ଅଫିସ ଗ୍ରହଣ କରିଥିବା ମାମଲାରେ ୧୬ ଜଣ ଅପରାଧୀଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡ କୋର୍ଟ ଶୁଣାଣି କରିଥିଲା । କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଅଫିସରଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୁଲିସ ମୁଖ୍ୟାଳୟରେ ଆଜି ପୁଲିସ ଡିଜି ଡାକ୍ତର ଆର୍‌.ପି.ଶର୍ମା ସମ୍ପୃକ୍ତ ଅଫିସରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସମ୍ବର୍ଦ୍ଧିତ ହୋଇଥିବା ଅଫିସରଙ୍କ ମଧ୍ୟରେ ଧବଳେଶ୍ୱର ସାହୁ, ସୁରେଶ ଚନ୍ଦ୍ର ସାହୁ, ରଞ୍ଜନ କୁମାର ସେଠୀ, ଅମୂଲ୍ୟ ପୁନମ୍‌ ଲାକ୍ରା, ଲକ୍ଷ୍ମୀଧର ହାଁସଦା, ବିକ୍ରମ କେଶରୀ ଜେନା, ପିଷ୍ପାଞ୍ଚଳୀ ନିଙ୍ଗୀ, ଦାମୁ ପରଜା, ବିଷ୍ଣୁ ଚରଣ ବାରିକ, ଅକ୍ଷୟ କୁମାର ରାଉଳ, ଜ୍ୟୋତି ରଞ୍ଜନ ସାମନ୍ତରାୟ, ସୁଶିଲ କୁମାର ମିଶ୍ର, ଚିତ୍ରା ଗୁପ୍ତା ଚାମ୍ପିଆ, ଈଶ୍ୱର ଚନ୍ଦ୍ର ପଣ୍ଡା, ମିନତୀ ବିଶ୍ୱାଳ, ପରେଶ କୁମାର ରାଉତ, ସୁଶାନ୍ତ କୁମାର ସାହୁ, ନିଦର୍ଶିନୀ ରଥ, ରଞ୍ଜିତା ସାହୁ, ନୟନା ବେହେରା, ସୁଶିଲ ବରାଳ, ସୁଭାଷିନୀ ଜେନା, କିରଣବାଳା ମହାନ୍ତି, ସନ୍ତୋଷୀ ବାରିକ, ଗାୟତ୍ରୀ ମିଶ୍ର, ସମ୍ଭାରୀ ହାଁସଦା, ରିନା ବେହେରା, ସ୍ୱେତପଦ୍ମ ସେଠୀ, ଶଶିକାନ୍ତ ରାଉତ, ଶିବ ରାମ ସାହୁ ପ୍ରମୁଖଙ୍କୁ ପୁଲିସ ଡିଜି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଡିଜିଙ୍କ ସମେତ କ୍ରାଇମ୍‌ବ୍ରାଞ୍ଚ ଏଡିିଜି ସନ୍ତୋଷ ଉପାଧ୍ୟାୟ ଏବଂ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର