ପୁଲିସ ବିଭାଗରେ ଅଦଳବଦଳ : ୧୫ ଇନସ୍ପେକ୍ଟର, ୪୧ ଏସ୍‌ଆଇଙ୍କ ବଦଳି

କଟକ : ରାଜ୍ୟ ପୁଲିସ ବିଭାଗରେ ଆଜି ବଡ଼ ଧରଣର ଅଦଳବଦଳ ହୋଇଛି। ପୁଲିସ ବିଭାଗରେ ୧୫ ଜଣ ଇନସ୍ପେକ୍ଟର ଏବଂ ୪୧ ଜଣ ଏସଆଇଙ୍କ ବଦଳି ହୋଇଛି। ସେହିପରି ୫ ଜଣ ଏସ୍‌ଆଇଙ୍କୁ ଇନସ୍ପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ୨ ଜଣ ଏଏସଆଇଙ୍କ ବଦଳି ହୋଇଥିବା ସୂଚନା ମିଳିଛି। ଇନସ୍ପେକ୍ଟର ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ଗଞ୍ଜାମ, ଜୟଦେବ ବିଶ୍ବଜିତଙ୍କୁ କଟକ ରେଳବାଇ, ଜ୍ଞାନେନ୍ଦ୍ର କୁମାର ସାହୁଙ୍କୁ ପୁରୀ, ଶରତ ସାହୁଙ୍କୁ କମିସନରେଟ୍ ପୁଲିସ, ଯୁବରାଜ ସ୍ବାଇଁଙ୍କୁ କମିସନରେଟ ପୁଲିସ, ପ୍ରଜ୍ଞା ପାରମିତା ଜେନାଙ୍କୁ ନୟାଗଡ଼, ନିବେଦିତା ଦାସଙ୍କୁ କଟକ ରେଳବାଇ, ଆଲୋକ କୁମାର ଜେନାଙ୍କୁ ଭଦ୍ରକ, ସୁମନ୍ତ କିଶାନଙ୍କୁ କେନ୍ଦ୍ରାପଡ଼ା, ଗୌରାଙ୍ଗ ଚରଣ ସାହୁଙ୍କୁ ଭଦ୍ରକ, ରାମ କୁମାର ମୁର୍ମୁଙ୍କୁ ବ୍ରହ୍ମପୁର, ଭରତ ଚନ୍ଦ୍ର ସାହୁଙ୍କୁ କମିସନରେଟ୍ ପୁଲିସ, ସୁଶାନ୍ତ କୁମାର ମିଶ୍ରଙ୍କୁ ଭଦ୍ରକ, ଭାଲେଣ୍ଟିନା ରାୟଙ୍କୁ ଭଦ୍ରକ, ଅକ୍ଷୟ କୁମାର ନାୟକଙ୍କୁ ବ୍ରହ୍ମପୁର ବଦଳି କରାଯାଇଛି। ଏସଆଇରୁ ଇନସ୍ପେକ୍ଟରକୁ ପଦୋନ୍ନତି ପାଇଥିବା ଅଫିସର ହେଉଛନ୍ତି ଚମ୍ପାବତ୍ତି ପଟ୍ଟା, ଦୁର୍ଗା ଚରଣ ପ୍ରଧାନ, ଚାରୁ ବାଳା ନନ୍ଦ, ରିନାରାଣୀ ସାହୁ, ରଞ୍ଜନ କୁମାର ମାଝି। ଆଜି ପଦୋନ୍ନତି ବୋର୍ଡ ବୈଠକରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.