ଶ୍ରୀମନ୍ଦିର ଭିତରକୁ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା

ପୁରୀ: ଶ୍ରୀମନ୍ଦିର ଭିତରକୁ ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା। ଏନେଇ ପୁରୀ ଏସପି କଡ଼ା ନିର୍ଦେଶ ଦେଇଥିବା ଜଣାଯାଇଛି। ଆଜିଠାରୁ ଶ୍ରୀମନ୍ଦିର ଭିତରେ କର୍ତ୍ତବ୍ୟରତ ପୁଲିସଙ୍କ ସ୍ମାର୍ଟଫୋନ ବ୍ୟବହାର ଉପରେ ଲାଗିଛି କଟକଣା। ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରେ ମାଳମାଳ ସ୍ମାର୍ଟ ଫୋନ ପ୍ରବେଶକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

ସ୍ମାର୍ଟ ଫୋନର ବ୍ୟବହାର ଯୋଗୁଁ ପୁଲିସ କର୍ମୀମାନେ ଡ୍ୟୁଟିରେ ଖିଲାପ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେଣୁ ପୁରୀ ଏସପିଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ଭିତରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗିଛି। ଶ୍ରୀମନ୍ଦିରରେ ପ୍ରବେଶ ଏବଂ ଡିୟୁଟି ସମୟରେ, ପୁଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଥିବା ବେଳେ ବିଶେଷ କାର୍ଯ୍ୟରେ ନିୟୋଜିତ ଏବଂ ଆପାତକାଳୀନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ତେବେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର