ଥାନାରେ ଆଉ ଚଳିବନି କାଗଜ-କଲମ କାମ

ମାଓ ମୁକାବିଲା ପାଇଁ ଆସିବ ବିଏସ୍‌ଏଫ୍‌ ହେଲିକପ୍ଟର

କଟକ : ଓଡ଼ିଶା ପୁଲିସ୍‌ ପାଇଁ ୨୦୧୮ ମସିହା ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ ରହିଥିଲା। ଏହି ବର୍ଷ ପୁଲିସ୍‌ ପକ୍ଷରୁ ପରୀକ୍ଷାମୂଳକ ଭାବେ କିଛି ନୂଆ ଯୋଜନା ଆରମ୍ଭ କରାଯାଇଥିଲା। ଆଉ ସେଥିରେ ମଧ୍ୟ ଆଶାନୁରୂପ ସଫଳତା ମିଳିଛି। ରାଜ୍ୟର ପରିଚୟ ପାଲଟିଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ବେଳେ ମଧ୍ୟ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ‌ହୋଇନାହିଁ। ଚଳିତ ବର୍ଷ ଓଡ଼ିଶା ପୁଲିସ୍‌ର ସଫଳତା ଓ ଆଗାମୀ ବର୍ଷ ପାଇଁ ଆହ୍ବାନ ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଏହି ବର୍ଷ ପୁଲିସ୍‌ ପାଇଁ ଶାନ୍ତିପୂର୍ଣ୍ଣ୍ର ରହିଥିଲା, ତଥାପି ସୁନ୍ଦରଗଡ଼, ଭଦ୍ରକ ଓ ରାଉରକେଲାରେ ସାମ୍ପ୍ରଦାୟିକ ହି˚ସାକାଣ୍ତ ଦେଖାଯାଇଥିଲା। ଉଚିତ ସମୟରେ ପୁଲିସ୍‌ର କାର୍ଯ୍ୟାନୁଷ୍ଠନ ଯୋଗୁଁ ହି˚ସାକାଣ୍ତ ଉଗ୍ର ହେବା ପୂର୍ବରୁ ରୋକା ଯାଇପାରିଥିଲା। ଆଇନ୍‌ଜୀବୀମାନଙ୍କ ଆନ୍ଦୋଳନ ଚିନ୍ତାଜନକ ଥିଲେ ବି ପୁଲିସ୍‌ ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା । ସମ୍ବଲପୁର ଅଇଁଠାପାଲି ଥାନା ପୋଡ଼ି, ପୁରୀ ବଡ଼ଦାଣ୍ତରେ ଭଙ୍ଗାରୁଜା, ସୁନ୍ଦରୀ ବାଘର ମଣିଷ ଶିକାର ଭଳି ଘଟଣାରେ ସରକାରୀ ସମ୍ପତ୍ତି ନଷ୍ଟ ହେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅନ୍ୟପଟେ ୨୦୧୮ରେ ମାଓ ଉପଦୃତ ଜିଲ୍ଲା ସ˚ଖ୍ୟା ୧୯ରୁ ୧୫କୁ ହ୍ରାସ ପାଇଛି। ଏହି ବର୍ଷ ୫୩ଟି ମାଓ ହିଂସା ରେକର୍ଡଭୁକ୍ତ ହୋଇଥିଲା । ମାଲକାନଗିରିରେ ସର୍ବାଧିକ ୨୩ଟି ମାଓ ହିଂସା, ନୂଆପଡ଼ାରେ ୭, କନ୍ଧମାଳରେ ୬, କୋରାପୁଟରେ ୫, କଳାହାଣ୍ତିରେ ୩, ନବରଙ୍ଗପୁର ଓ ରାୟଗଡ଼ାରେ ଦୁଇଟି ଲେଖାଏଁ ରେକର୍ଡ଼ କରାଯାଇଛି । ସେହିପରି ବରଗଡ଼, ଦେଓଗଡ଼, ବଲାଙ୍ଗୀର, ରାଉରକେଲା ଓ ଅନୁଗୁଳରେ ଗୋଟିଏ ଲେଖାଏଁ ଘଟଣା ସାମ୍ନାକୁ ଆସିଛି। ୫୩ଟି ଘଟଣା ମଧ୍ୟରୁ ୨୫ ଘଟଣାରେ ପୁଲିସ୍‌ ସହିତ ଗୁଳିବିନିମୟ ହୋଇଥିଲାବେଳେ ୧୨ଜଣ ନାଗରିକ ଓ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ଏହି ବର୍ଷ ୧୯ ଜଣ ମାଓବାଦୀ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଛନ୍ତି। ୩୯ଜଣ ଗିରଫ ହୋଇଥିଲାବେଳେ ୨୭ଜଣ ଆତ୍ମସମର୍ପଣ କରିଛନ୍ତି। ଏକେ ୪୭, ଏସ୍‌ଏଲ୍‌ଆର‌୍‌, ଇନ୍‌ସାସ୍‌, ଥ୍ରୀ ନଟ୍‌ ଥ୍ରୀ ପିସ୍ତଲ ଭଳି ମୋଟ ୪୦ଟି ଅସ୍ତ୍ରଶସ୍ତ୍ର ଓ ଅନେକ ଗୋଳାବାରୁଦ ଜବତ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପୁଲିସ୍‌ର ଯେ କୌଣସି ଅପରେସନ୍‌କୁ ଗୋଟିଏ ସ୍ଥାନରୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ବରରେ କଣ୍ଟ୍ରୋଲରୁମ୍‌ ଖୋଲାଯାଇଛି। ଭୁବନେଶ୍ବର ସହିତ ୧୮ଟି ଷ୍ଟେସନ୍‌କୁ ଏଥିସହିତ ଯୋଡ଼ା ଯାଇଛି। ପୂର୍ବରୁ ନିୟୋଜିତ କୋବ୍ରା ଟିମ୍‌ର କିଛି ଅ˚ଶ ଓଡ଼ିଶାକୁ ଯୋଗାଇଦେବାକୁ ଅନୁରୋଧ କରାଯାଇଛି। ବିଏସ୍‌ଏଫ୍‌ର ଏୟାର ଵିଙ୍ଗ୍‌ଠୁ ଗୋଟିଏ ହେଲିକପ୍ଟର ଅଣାଯିବା ପାଇଁ ପ୍ରସ୍ତାବ ରହିଛି। ଆଗକୁ ମାଓ ଅଞ୍ଚଳରେ ଡ୍ରୋନ୍‌ ନିୟୋଜିତ କରିବା ପାଇଁ ମଧ୍ୟ ପ୍ରସ୍ତାବ ରହିଥଇବା କହିଛନ୍ତି ପୁଲିସ ଡିଜି ।

ଏହିବର୍ଷ ଥାନାମାନଙ୍କରେ ମାଗଣାରେ ମାମଲା ରୁଜୁ କରାଯିବା ସହିତ ଅନ୍‌ଲାଇନ୍‌ ମାମଲା ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲା ମୁଖ୍ୟାଳୟମାନଙ୍କରେ ଆଇନ୍‌ ପରାମର୍ଶଦାତା ନିଯୁକ୍ତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କ ପକ୍ଷରୁ ୨୪ଟି ଜିଲ୍ଲା ପାଇଁ ଆଇନ୍‌ ପରାମର୍ଶଦାତା ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲାବେଳେ ୧୫ଜିଲ୍ଲାରେ ସେମାନେ କାର୍ଯ୍ୟରେ ଯୋଗ ଦେଇସାରିଲେଣି। ସେହିପରି ଖାଲି ପଡ଼ିଥିବା ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ପଦବିରେ ମଧ୍ୟ ନିଯୁକ୍ତି ଦିଆଯାଇଛି। ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ରୋକିବା ପାଇଁ ‘ପରି ପାଇଁ କଥାଟିଏ’, ପରୀ-୨ ଅଭିଯାନ, ମହିଳାମାନଙ୍କ ପ୍ରତି ହେଉଥିବା ଘରୋଇ ହି˚ସା ରେକିବା ପାଇଁ ‘ମାଧ୍ୟମ’ ଯୋଜନା ସଫଳତାର ସହ କାର୍ଯ୍ୟ କରିଛି। ସାଇବର କ୍ରାଇମ୍‌ରେ ନିୟନ୍ତ୍ରଣ ଆଣିବା ପାଇଁ ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲାରେ ଗୋଟିଏ ଲେଖାଏଁ ଥାନା ଖୋଲିଛି।

ଗ୍ୟାଙ୍ଗଷ୍ଟର ଟିଟୋ ଓ ତାହାର ଗ୍ୟାଙ୍ଗକୁ ଧରିବାରେ ଏସ୍‌ଟିଏଫ୍‌ର ଭୂମିକାକୁ ଡକ୍ଟର ଶର୍ମା ପ୍ରଶ˚ସା କରିଛନ୍ତି। ଅର୍ଥନୈତିକ ଅପରାଧ ଶାଖା ୧୦୩ଜଣଙ୍କୁ ଗିରଫ କରିଥିଲାବେଳେ ପ୍ରାୟ ୪୬ଟି ତଦନ୍ତର ଚାର୍ଜସିଟ୍‌ ଦାଖଲ କରିଛି। ଓପିଆଇଡି ଆଇନ୍‌ ବଳରେ ୧୬ଟି ମାମଲା ରୁଜୁ କରାଯାଇ ସ˚ପୃକ୍ତ ସ˚ସ୍ଥାର ସମ୍ପତ୍ତି ବ୍ୟାଜ୍ୟାପ୍ତି ପାଇଁ ସରକାରଙ୍କୁ ସୁପାରିଶ କରାଯାଇଛି।

ସେହିପରି ଆଇଟି ବ୍ୟବହାର କ୍ଷେତ୍ରରେ ଏବେ ଭାରତର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି । ପ୍ରତି ଥାନାକୁ କାଗଜମୁକ୍ତ ଥାନାରେ ପରିଣତ କରିବା ପାଇଁ ସମସ୍ତ ତଥ୍ୟକୁ ଅନ୍‌ଲାଇନ୍‌ରେ ସ˚ରକ୍ଷିତ ରଖାଯାଉଛି। ‘ସହୟତା’ ମୋବାଇଲ୍‌ ଆପ୍ଲିକେସନ୍‌ ଜରିଆରେ ନାଗରିକମାନେ ହାତପାଆନ୍ତାରେ ସବୁ ସୁବିଧା ପାଇବା ସହା ଅଭିଯୋଗ ଦାୟର କରିବାକୁ ଥାନାକୁ ଯିବାକୁ ପଡ଼ିବ ନାହିଁ। ଏଥିପାଇଁ ‘କମ୍ପ୍ଲେନ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌’କୁ ଉନ୍ନତିକରଣ କରାଯାଉଥିବା ଡିଜି ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନିରେ ପିଏସ୍‌ ରଣପିସେ, ଆର‌୍‌ପି କୋଚେ, ସୁଧା˚ଶୁ ଷଡ଼ଙ୍ଗୀ, ସନ୍ତୋଷ ଉପାଧ୍ୟାୟ, ମହେନ୍ଦ୍ର ପ୍ରତାପ, ଅରୁଣ ବୋଥ୍ରା, ଅସିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର