ମାମଲା ରଫାଦଫା କରିବାକୁ ଲାଞ୍ଚ: ଫାଣ୍ଡି ଏଏସ୍‌ଆଇ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ସାହାଯ୍ୟ କରିବା ଏବଂ ଏହାକୁ ରଫାଦଫା କରିଦେବାକୁ ଲାଞ୍ଚ ନେଇ ଭିଜିଲାନ୍ସ୍ ଜାଲରେ ପଡ଼ିଛନ୍ତି ଖଲ୍ଲିକୋଟ ଥାନା ଅଧୀନ ଭେଜିପୁଟ ଫାଣ୍ଡିର ଏଏସ୍‌ଆଇ ମାନସ କୁମାର ରାଉତ। ଅଭିଯୋଗକାରୀଙ୍କ ଠାରୁ ଏଏସ୍‌ଆଇ ମାନସ ଫାଣ୍ଡି ସମ୍ମୁଖରେ ଥିବା ଏକ ପାନ ଦୋକାନ ନିକଟରେ ୩ ହଜାର ଟଙ୍କା ଲାଞ୍ଚନେବା କ୍ଷଣି ବ୍ରହ୍ମପୁର ଭିଜିଲାନ୍ସ୍ ଡିଭିଜନ ଟିମ୍ ତାଙ୍କୁ କାବୁ କରି ଲାଞ୍ଚ ଟଙ୍କା ଜବତ କରିଛନ୍ତି।

ଅଭିଯୋଗକାରୀଙ୍କ ବିରୋଧରେ ଖଲ୍ଲିକୋଟ ଥାନାରେ ଥିବା ଏହି ମାମଲା ରଫାଦଫା କରିଦେବାକୁ ମାନସ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସ୍‌ର ଦ୍ବାରସ୍ଥ ହୋଇଥିଲେ। ଯୋଜନା ଅନୁସାରେ, ପାନ ଦୋକାନ ନିକଟରେ ଏଏସ୍‌ଆଇ ମାନସ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ କେସ୍ ନମ୍ବର ୭ ଅନୁସାରେ ଏକ ମାମଲା ରୁଜୁ ସହିତ ମାନସଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିସହ ଭେଜିପୁଟ ଫାଣ୍ଡି ଓ ସେଠାରେ ତାଙ୍କ ଭଡ଼ାଘର, ଖଲ୍ଲିକୋଟ ଘର ଓ ପୁରୀସ୍ଥିତ ସରକାରୀ କ୍ବାର୍ଟର୍ସରେ ଏକକାଳୀନ ଚଢ଼ାଉ ଜାରି ରହିଛି।

ସମ୍ବନ୍ଧିତ ଖବର