ଜୟପୁର: ସମ୍ବେଦନଶୀଳ ଓ ଅପରାଧ ପ୍ରବଣ ଗାଁ ଗୁଡିକରେ ସଦରପୁଲିସ ପକ୍ଷରୁ ରାତି ତମାମ ବ୍ଲକିଂ ଓ ପାଟ୍ରୋଲିଂ କଡ଼ା କଡ଼ି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ବୁଧବାର ବାରିଣୀପୁଟରୁ ଏହି ପ୍ରକ୍ରିୟାକୁ ଆରମ୍ଭ କରିଥିଲେ। ଏଥିରେ ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି , ସବୁ ଥାନାର କର୍ମଚାରୀ, ବାରିଣୀପୁଟ ଏଏସଆଇ କାମକ୍ଷୀ ପ୍ରସାଦ ବିଷୋୟୀ ସଦଳବଳ ସହ ଭାଗ ନେଇଥିଲେ।
ଗାଁର ଆରମ୍ଭ ଓ ଶେଷ ମୁଣ୍ଡରେ ବ୍ଲକିଂ କରି ସବୁ ଗାଡ଼ିର ଯାଂଚ କରିଥିଲେ। ୨ଟି ବାଇକ ସହ ୨ଟି ଗାଡିରେ ପାଟ୍ରୋଲିଂ କରାଯାଇଥିଲା। ଆଗାମୀ ଦିନରେ ସଦରଥାନାର ସବୁ ସମ୍ବେଦନଶୀଳ ଓ ଅପରାଧପ୍ରବଣ ଅଂଚଳ ଭାବେ ଚିହ୍ନଟ ଗାଁ ଗୁଡିକରେ ଏହି ପ୍ରକ୍ରିୟା କରାଯିବ ବୋଲି ସଦରଥାନା ପକ୍ଷରୁ କୁହାଯାଇଛି। ରାତି ତମାମ ଏହି ଯାଂଚ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/jpr-police-blocking-2.jpg)