ରାଉରକେଲା: ପୁଣିଥରେ ଖାକିରେ ଦାଗ ଲାଗିଛି। କିଛି ଦିନ ପୂର୍ବେ ଜଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଏତଲାକୁ ନ ରଖି ରାଉରକେଲା ପୁଲିସ ବିଭିନ୍ନ ମହଲରୁ ସମାଲୋଚିତ ହୋଇଥିଲା। ଏବେ ଆଉ ଏକ ଘଟଣା ରାଉରକେଲା ପୁଲିସକୁ ଅପବାଦ ଭିତରକୁ ଟାଣି ଆଣିଛି। ଜଣେ କନଷ୍ଟେବଲ ଦିନ ଦ୍ବିପ୍ରହରରେ ଜୁଆ ଖେଳାଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ସଂପୃକ୍ତ କନଷ୍ଟେବଲ ନିଜେ ଜୁଆ ସ୍ଥଳରେ ଉପସ୍ଥିତ ରହି ଘୁଡ଼ୁଘୁଡ଼ିପଟି ଖେଳୁଛନ୍ତି। କେବଳ ସେତିକି ନୁହେଁ, ସେ ଉକ୍ତ ଜୁଆଖେଳ ପରିଚାଳନା ବି କରୁଛନ୍ତି। ଏ ଘଟଣା ଦିନକର ନୁହେଁ, ବରଂ ଏକ ନିତିଦିନିଆ ଘଟଣା ବୋଲି ଜଣା ପଡ଼ିଛି।
/sambad/media/post_attachments/wp-content/uploads/2019/11/f56gh4sfh74s89h7s89f777777777_2.jpg)
ସୂଚନା ଅନୁଯାୟୀ, ଗତ ୩୧ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ରାଉରକେଲାର ନୟାବଜାର ସ୍ଥିତ ଆଇନ ମହାବିଦ୍ୟାଳୟ ପଛପଟ ପଡ଼ିଆରେ ଏକ ଫୁଟବଲ ପ୍ରତିଯୋଗିତା ଚାଲିଥିଲା। ପ୍ରତିଯୋଗିତା ଚାଲିଥିବା ସ୍ଥାନକୁ ଲାଗି ଏକ ସ୍ଥାନରେ ଚାରିଦିନ ବ୍ୟାପି ‘ଘୁଡ଼ୁଘୁଡ଼ୁପଟି’ ଖେଳାଯାଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳ ତଥା ବାହରର ଅନେକ ଲୋକ ଜୁଆ ଖେଳିଥିଲେ। ତେବେ ବଡ଼ କଥା ହେଲା, ରାଉରକେଲା ପୁଲିସ ଜିଲ୍ଲାରେ କାର୍ଯ୍ୟରତ ଜଣେ କନଷ୍ଟେବଲ ହିଁ ଏହି ଜୁଆଖେଳ ଆୟୋଜନ କରିଥିଲେ। ସେ ନିଜେ ଏହି ଘୁଡ଼ୁଘୁଡ଼ିପଟି ଦଳକୁ ଯୋଗାଯୋଗ କରି ଜୁଆଖେଳ ଆୟୋଜନ କରିବା ଲାଗି କହିଥିଲେ। କେବଳ ସେତିକି ନୁହେଁ, ସଂପୃକ୍ତ କନଷ୍ଟେବଲ ମଧ୍ୟ ନିଜେ ଜୁଆ ଖେଳୁଥିବାର ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଭିଡିଓଟି ଭାଇରାଲ୍ ହୋଇ ସାରିଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Police-Plays-Gambling_Thumbnail.jpg)