ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ପୁଲିସ ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଏସ୍ପି ପିନାକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଇତିମଧ୍ୟରେ ପୁରୀକୁ ଏସ୍ପି ଶ୍ରୀ ମିଶ୍ରଙ୍କ ସମେତ ଅନେକ ପୁଲିସ ଅଧିକାରୀ ବଦଳି ହୋଇ ଆସିଛନ୍ତି। ସେମାନେ ଚଳିତବର୍ଷ ପ୍ରଥମ କରି ରଥଯାତ୍ରା ପରିଚାଳନା କରିବେ। ତେଣୁ ବୈଠକରେ ଉପସ୍ଥିତ ଅନ୍ୟ ଅଧିକାରୀମାନେ ସେମାନଙ୍କ ଅଭିଜ୍ଞତା ବଖାଣିଥିଲେ। ପୂର୍ବ ବର୍ଷମାନଙ୍କରେ ରଥଯାତ୍ରା ସମୟରେ ଦେଖାଯାଇଥିବା ସମସ୍ୟାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ବିଶେଷକରି ଦୁଇ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଲ ମିଶ୍ର, ବିଷ୍ଣୁପ୍ରସାଦ ପତି, ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ଡେପୁଟି କମାଣ୍ଡାଣ୍ଟ କୌଶିକ ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଜିତେନ୍ଦ୍ର ଦେହୁରୀ, ଘନଶ୍ୟାମ ହେମ୍ବ୍ରମ, ଚନ୍ଦ୍ରଶେଖର ଦାଶ ପ୍ରମୁଖ ସେମାନଙ୍କ ଅଭିଜ୍ଞତା ବଖାଣିଥିଲେ।
ରଥଯାତ୍ରା ସମୟରେ ଟ୍ରାଫିକ୍ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ଶ୍ରୀମନ୍ଦିର ଭିତର ଓ ବାହାର ସୁରକ୍ଷା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ଓ ଭିଆଇପି ସୁରକ୍ଷା ନେଇ ଆଲୋଚନା ହୋଇଥିଲା। ସେହିପରି ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସାହିବାସିନ୍ଦାମାନଙ୍କ ସହଯୋଗ ନିଆଯିବା ନେଇ ଆଲୋଚନା କରି ନିଷ୍ପତ୍ତି ହୋଇଥିଲା। ତେବେ ଚଳିତବର୍ଷ ନୂଆ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଶ୍ରୀଦାଣ୍ଡ ହୋଇଥିବାରୁ ସେଠାରେ କିପରି ସୁରକ୍ଷା ବ୍ୟବସ୍ଥା କରାଯିବ, ସେ ସମ୍ପର୍କରେ ଆଲୋଚନା ହୋଇଛି। ସେହିପରି ଚଳିତବର୍ଷ ବହୁତଳ ପାର୍କିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଯାଇଥିବାରୁ ଏହାକୁ କିପରି ପରିଚାଳନା କରାଯିବ, ସେ ସମ୍ପର୍କରେ ଆଲୋଚନା କରାଯାଇଛି। ସମଙ୍ଗ ପାର୍କିଂ ଏବଂ ନୂଆ ବ୍ୟାଟେରିଚାଳିତ ଗାଡ଼ିର ବ୍ୟବହାର ଉପରେ ବି ଗୁରୁତ୍ବ ଦିଆଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବବ୍ରତ ଚକ୍ର, ସିଟି ଡିଏସ୍ପି ପ୍ରଶାନ୍ତ ସାହୁ, ଟ୍ରାଫିକ୍ ଡିଏସ୍ପି ଏବଂ ସହରାଞ୍ଚଳର ସମସ୍ତ ଥାନା ଆଇଆଇସିମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/ssfhsfhfhfhfs.jpg)