ବାଲିଆପାଳ ଆଇଆଇସିଙ୍କୁ ମାଡ଼ର ପ୍ରତିବାଦ : କଠୋର ଆଇନ ପ୍ରଣୟନ ପାଇଁ ଦାବି କଲ‌ା ଅଫିସର ସଂଘ

କଟକ : ବାଲିଆପାଳ ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣାର ଦୃଢ଼ ପ୍ରତିବାଦ କରିଛି ଓଡ଼ିଶା ପୁଲିସ ଅଫିସର ସ˚ଘ। ସଂଘ କହିଛି, ସରକାରୀ କାର୍ଯ୍ୟରେ ଦୁର୍ବୃତ୍ତମାନେ ବାଧା ସୃଷ୍ଟି କରୁଥିବାରୁ ପୁଲିସ ଅଫିସରଙ୍କ ଜୀବନ ପ୍ରତି ବିପଦ ରହୁଛି। ଏଣୁ ଦୋଷୀ ବିରୋଧରେ ତ୍ବରିତ କଠୋର ଆଇନ ବ୍ୟବସ୍ଥା ପ୍ରଣୟନ କରାଯିବାକୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ˚ଘ ଦାବି କରିଛି।

ଏହି ମର୍ମରେ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ୬ ଦଫା ସମ୍ବଳିତ ଦାବି ଉପସ୍ଥାପନ କରାଯାଇଛି। ରାଜ୍ୟରେ ଡାକ୍ତରମାନଙ୍କ ଭଳି କାର୍ଯ୍ୟରତ ପୁଲିସଙ୍କୁ ଆଇନଗତ ସୁରକ୍ଷା ମିଳୁ। ୧୯୭୧ ଓ ୨୦୧୧ ଜଗଗଣନା ଅନୁଯାୟୀ, ପ୍ରତି ଏକ ଲକ୍ଷ ଲୋକ ସ˚ଖ୍ୟାର ସର୍ବଭାରତୀୟ ସ୍ତରରେ ଯେଉଁ ବ୍ୟବସ୍ଥାଗୁଡ଼ିକ ରହିଛି, ଓଡ଼ିଶାରେ ତାହାର ପ୍ରଚଳନ କରାଯାଉ। ଏବେ ଓଡ଼ିଶାର ଲୋକ ସ˚ଖ୍ୟା ୪ କୋଟିରୁ ଅଧିକ ହୋଇଥିବା ବେଳେ ସେହି ତୁଳନାରେ ଇନ୍‌ସ୍ପେକ୍ଟର, ଏସ୍‌ଆଇ, ଏଏସ୍‌ଆଇ ନାହାନ୍ତି। ମାତ୍ର ୧୦ ହଜାର ଅଛନ୍ତି। ଗୋଟିଏ ପଟେ ଥାନା ସ˚ଖ୍ୟାରେ ବୃଦ୍ଧି ଘଟିଛି। ପୁରୁଣା ଥାନାରୁ ଅଫିସରଙ୍କୁ ନେଇ ନୂଆ ଥାନାରେ ନିଯୁକ୍ତି କରାଯାଉଛି। ଅଥଚ ଖାଲି ପଡ଼ିଥିବା ଇନ୍‌ସ୍‌ପେକ୍ଟର, ଏସ୍‌ଆଇ ଏବ˚ ଏଏସ୍‌ଆଇ ପଦବିଗୁଡ଼ିକୁ ପୂରଣ କରାଯାଉନାହିଁ। ଏଣୁ ପ୍ରତି ଥାନାରେ ଗୁରୁତ୍ବକୁ ଦେଖି ଅତି କମ୍‌ରେ ୨ ପ୍ଲାଟୁନ ପୁଲିସ ଫୋର୍ସ ଦିଆଯିବା ସହ ପୁଲିସ ଏବ˚ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ କରିବାକୁ କାର୍ଯ୍ୟପନ୍ଥା ଗ୍ରହଣ, ପୁଲିସକୁ ଆକ୍ରମଣ ଘଟଣାରେ ସ୍ବତନ୍ତ୍ର ଆଇନ ପ୍ରଣୟନ ଏବଂ ଆଇନକୁ ହାତକୁ ନେଉଥିବା ବିଶୃଙ୍ଖଳାକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ˚ଘ ସଭାପତି ସତ୍ୟଜିତ ମିଶ୍ର ଦାବି କରିଛନ୍ତି। ଏ ସ˚କ୍ରାନ୍ତରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇ ସୁରକ୍ଷା ବ୍ୟବସ୍ଥା କିଭଳି ବୃଦ୍ଧି ହେବ ସେ ସମ୍ପର୍କରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସ˚ଘର ଉପସଭାପତି କ୍ଷିତିଶ ଚନ୍ଦ୍ର ତ୍ରିପାଠୀ, ସାଧାରଣ ସମ୍ପାଦକ ବିଭୂ ଦାସ ବରଧନ, କୋଷାଧ୍ୟକ୍ଷ କେଦାର ସାମନ୍ତରାୟ, ସହ ସମ୍ପାଦକ ଅରୁଣ ସାହୁ ଏବ˚ ଅନ୍ୟ ସିଇସି ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର