ମାଲକାନଗିରି: ମାଲକାନଗିରି ପୁଲିସ ପକ୍ଷରୁ ବୁଧବାର ସ୍ବାଭିମାନ ଅଂଚଳର ଯଡାମ୍ବ ଥାନା ଅନ୍ତର୍ଗତ ଧାକପଦର ଏବଂ ଡାବଗୁଡା ଗ୍ରାମରେ ବିପୁଳ ପରିମାଣର ମାଓ ବିସ୍ଫୋରକ, ବନ୍ଧୁକ ଏବଂ ବିପୁଳ ପରିମାଣର ମାଓ ସାମଗ୍ରୀ ଏକ ଡମ୍ପରୁ ଉଦ୍ଧାର କରିଥିବା ନେଇ ଗଣମାଧ୍ୟମରେ ଯେଉଁ ପ୍ରଚାର ପ୍ରସାର କରୁଛି ତାହା ସଂପୂର୍ଣ୍ଣ ମିଥ୍ୟା ଏବଂ ଅପପ୍ରଚାର ବୋଲି ଆଜି କୋରାପୁଟ-ମାଲକାନଗିରି ବଡର ଡିଭିଜନର ସଚିବ ରାକେଶ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଏହି ଡମ୍ପ ନକ୍ସଲ ସଂଗଠନର ନଥିଲା।ପୁରୁଣା ସାମଗ୍ରୀକୁ ପୁଣି ଥରେ ଗଣମାଧ୍ୟମ ଆଗରେ ରଖି ବିଭିନ୍ନ ଦୁର୍ଗମ ଅଂଚଳରୁ ନକ୍ସଲଙ୍କ ଡମ୍ପ ଉଦ୍ଧାର କରିଥିବା ନେଇ ମିଥ୍ୟା ପ୍ରଚାର କରୁଛି।
/sambad/media/post_attachments/wp-content/uploads/2022/11/MKg-naxal-letter-e1669284472493.jpg)
ଆସନ୍ତା ଡିସେମ୍ବର ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଆରମ୍ଭହେବାକୁ ଥିବା ପିଏଲଜିଏ ସପ୍ତାହକୁ ଭଣ୍ଡୁର କରିବା ପାଇଁ ପୁଲିସର ଏହା ଏକ ଚାଲ ବୋଲି ମାଓନେତା ରାକେଶ କହିଛନ୍ତି। ପୁଣି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ମାଳିପଦର ଠାରେ ହୋଇଥିବା ଏନକାଉଣ୍ଟରକୁ ଲୋକଙ୍କ ମନରୁ ହଟାଇବା ପାଇଁ ପୁଲିସ ଏଭଳି ମିଥ୍ୟା ଅପପ୍ରଚାର କରୁଥିବା ଅଭିଯୋଗ କରଯାଇଛି। ପୁଲିସର ଏଭଳି କଥାକୁ ଲୋକମାନେ ବିଶ୍ବାସକୁ ନିଅନ୍ତୁ ନାହିଁ ବୋଲି ମାଓନେତା ଆହ୍ବାନ କରିଛନ୍ତି। ପୁଲିସ ଉଦ୍ଧାର କରୁଥିବା ମାଓ ବିସ୍ଫୋରକ ଏବଂ ସାମଗ୍ରୀ ସହିତ ଆମର କୌଣସି ସଂପର୍କ ନାହିଁ। ସେମାନେ ନିୟମିତ ନକ୍ସଲର କୌଣସି କାର୍ଯ୍ୟକ୍ରମ ପୂର୍ବରୁ ଏଭଳି ମନବଳ ଦୃର୍ବଳ କରିବା ପାଇଁ ଏଭଳି ପଦକ୍ଷେପ ନେଇଥାନ୍ତି। ତେଣୁ ଏହାକୁ ସମସ୍ତେ ନିନ୍ଦା କରିବା ସହ ପୁଲିସ ବିରୋଧରେ ସ୍ବରତ୍ତୋଳନ କରିବା ପାଇଁ ରାକେଶ ଆହ୍ବାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Mkg-Mao-samagri-jabat-4.jpg)