ଟିଟୋ ସମେତ ୮ କୋର୍ଟରେ ହାଜର

ରାଜନଗର : ଟେଣ୍ତର ଫିକ୍ସିଂ ଓ ଦାଦାବଟି ମାମଲାରେ ବାରିମୂଳ ଜେଲରେ ଥିବା ସୟଦ ଉସ୍‌ମାନ ଅଲ୍ଲୀ ଓରଫ ଟିଟୋ ଓ ତାର ୭ ସହଯୋଗୀ ରାଜନଗର ଜେଏମଏଫସି କୋର୍ଟରେ ହାଜର ହୋଇଥିଲେ। ରାଜନଗର ଠିକାଦାର ବୁଢା ଲେଙ୍କାଙ୍କୁ ଦାଦାବଟି ମାଗିବା ଓ ବନ୍ଧୁକ ମୂନରେ ତାର ବୁଢାବାପାକୁ ଧମକ ଦେବା ଘଟଣାରେ ଏସଟିଏଫ ମାମଲା ରୁଜୁ କରିଛି। ଜିଆର କେସ ନ˚. ୧୬୨/୨୦୧୮ରେ ଟିଟୋ ସମେତ ଅବଦୁଲ କାଜିର ଓରଫ ମାଛୁ, ମହମ୍ମଦ ଅବଦୁଲ ଅସିଦ ଓରଫ ଗୋଲଡେନ ପପୁ, ଇମିତିଆଜ ଖାଁ, ଆଲିୟସ ବାବୁ ଓରଫ କାଲୁ, ଜାହାଙ୍ଗିର ଖାଁ, ସେକ ଅବଦୁଲା ଓରଫ ରାଜେଶ, ସରୋଜକାନ୍ତ ପତି, ବଟକୃଷ୍ଣ ପାଣି ପ୍ରମୁଖ ୮ଜଣ ଗିରଫ ହୋଇ କେନ୍ଦ୍ରାପଡାର ବାରିମୂଳ ଜେଲରେ ଅଛନ୍ତି। ଆଜି ହାଜିରା ପାଇଁ ଜେଲ କର୍ତୃପକ୍ଷ ଏମାନଙ୍କୁ ରାଜନଗର କୋର୍ଟରେ ହାଜିର କରାଇଥିଲେ। ହାଜର ପରେ ସେମାନଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର