ଉଦଳା ଥାନା ଅଞ୍ଚଳରେ ଚଇତି ପର୍ବ ବନ୍ଦ କରିବାକୁ ଯାଇଥିବା ପୁଲିସ କର୍ମଚାରୀଙ୍କୁ ପିଟିଲେ ଉତ୍ୟକ୍ତ ଲୋକେ

ଭୁବନେଶ୍ବର: ଚଇତି ପର୍ବ ବନ୍ଦ କରିବାକୁ ଯାଇ ପୁଲିସ ଖାଇଲା ମାଡ଼ । କୋଭିଡ ନିୟମ ଉଲ୍ଲଂଘନ କରି ଚଇତି ପର୍ବ ପାଳନ କରୁଥିଲେ, ପୁଲିସ ବିରୋଧ କରିବାରୁ ମାଡ ମାରିଛନ୍ତି ଉତ୍ୟକ୍ତ ଲୋକେ । କେବଳ ପୁଲିସ କର୍ମଚାରୀଙ୍କୁ ମାଡ ମାରିନାହାନ୍ତି, ପୁଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ବାରିପଦା ନିକଟ କପ୍ତିପଦା ଥାନା ଅଂଚଳରେ ଘଟିଛି ଏହି ଅଭାବନୀୟ ଘଟଣା ।

ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଜଣେ ଏଏସଆଇ ଗୁରୁତର ହୋଇଥିବା ବେଳେ ଜଣେ ହୋମଗାର୍ଡ ଓ କନେଷ୍ଟବଳ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ଦେୱାନବାହାଳୀରେ ପ୍ରାୟ ୫-ହଜାର ଲୋକ ରୁଣ୍ଡ ହୋଇ ଚଇତି ପର୍ବ ପାଳନ କରୁଥିଲେ । ଏହି ଖବର ପାଇ କପ୍ତିପଦା ଥାନା ପୁଲିସ ପହଂଚି ଚଇତି ପର୍ବ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ଲୋକେ ରାଗି ଯାଇ ପୁଲିସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର