ଫୁଳବାଣୀ: କନ୍ଧମାଳରୁ ଗଂଜେଇ ଚାଷକୁ ସଫା କରିବା ଲକ୍ଷରେ ପୁଲିସ ଓ ଅବକାରୀ ବିଭାଗ ଅଭିଯାନ ଜାରି ରଖିଛନ୍ତି । ନିକଟରେ ପ୍ରବଳ ଶୀତ ଓ ଘନ କୁହୁଡି ସତ୍ତ୍ୱେ ଗଂଜେଇ ଚାଷ ରୋକିବା ପାଇଁ ଜୋରଦାର ଅପରେସନ୍ ଜାରି ରହିଛି । ଗତ ଦୁଇ ଦିନ ମଧ୍ୟରେ ୩୫୨ ଏକର ଜମିରୁ ୩୫ କୋଟି ମୂଲ୍ୟର ଗଂଜେଇ ଗଛ କଟା ଯାଇଛି । ପିରଙ୍ଗିଆ ଅଞ୍ଚଳରୁ ୧୨୫ ଏକର ଓ ଗୋଛପଡା ଅଞ୍ଚଳରୁ ୧୧୭ ଏକର ଜମିରୁ ଗଂଜେଇ ଗଛ ନଷ୍ଟ କରାଯାଇଛି । ଏହି ଅପରେସନ୍ ସମୟରେ ପିରଙ୍ଗିଆ ଥାନା ଅଧିିକାରୀ ଧୀରେନ୍ କୁମାର ବେହେରା, ଗୋଚ୍ଛାପଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଓ ଅବକାରୀ ଅଧିକ୍ଷକ ବିମ୍ବାଧର ସେଠିଙ୍କ ସହ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ । ଏହି ଅପରେସନ୍ର କୌଣସି ପ୍ରଭାବ ଚାଷି କିମ୍ବା ଗଂଜେଇ ମାଫିଆଙ୍କ ଉପରେ ପଡୁ ନାହିଁ, କାରଣ ପୁଲିସ ଯେତେ ଗଛ କାଟୁ ପାହାଡିଆ ଦୁର୍ଗମ ଅଞ୍ଚଳରେ ଗଂଜେଇ ଗଛ ଏତେ ଆଡେ ବ୍ୟାପିଛି ଯେ ଯାହାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କାରିବା ପୁଲିସ ପକ୍ଷରେ ସମ୍ଭବ ନୁହେଁ । ଏଥି ଯୋଗୁ ଗଂଜେଇ ମାଫିଆ ମାନେ ନିର୍ଭୟରେ ଚାଷ କରୁଛନ୍ତି ।
କନ୍ଧମାଳ: ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ, ୩୫ କୋଟି ମୂଲ୍ୟର ଗଂଜେଇ ଗଛ ନଷ୍ଟ
/sambad/media/post_attachments/wp-content/uploads/2018/12/WhatsApp-Image-2018-12-22-at-9.32.37-PM.jpeg)