ମେଲଛାମୁଣ୍ତା : ମେଲଛାମୁଣ୍ତା ଥାନା ପୁଲିସ୍ ଗୁରବାର ଅପରାହ୍ଣରେ କୁଚିପାଲି ହାଟପଦା ପଛପଟେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଚମଉ କରି ୫ ଜଣଙ୍କୁ ଗିରଫ କରିଥିଲା। ତେବେ ୨୦ରୁ ଅଧିକ ଜୁଆଡ଼ି ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଗିରଫ ଜୁଆଡ଼ିମାନେ ହେଲେ କୁଚିପାଲି ଗ୍ରାମର ଧନପତି ସା (୬୫), ଲାଲବାହାଦୁର ବରିହା (୫୫), ଛତ୍ରପତି ବେହେରା (୫୪), ମଦନ କଅଁର (୩୫) ଓ ସିର୍ଦ୍ଧାଥ ସାହୁ (୫୪)। ଏ ନେଇ ଥାନା କେସ ନଂ. ୨/୨୧, ଦଫା ୩ ଓପିଜିରେ ମାମଲା ରୁଜୁ କରାଯାଇ ସିଆର୍ପିସି ଧାରା ୪୧(ଏ)ରେ ନୋଟିସ୍ ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଥାନାରୁ ଛାଡ଼ି ଦିଆଯାଇଛି। ଏସ୍ଆଇ ପ୍ରଦୀପ ସାହୁ ତଦନ୍ତ କରୁଛନ୍ତି।
ଅଭିଯୁକ୍ତମାନଙ୍କ ପାଖରୁ ତାସ ସହ ୨୫୮୦ ଟଙ୍କା ମଧ୍ୟ ଜବତ କରାଯାଇଛି। ତେବେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏଭଳି ଜୁଆ ଆଡ୍ଡା ଚାଲୁଥିବାରୁ ଗରିବ ଲୋକେ ସର୍ବସ୍ବାନ୍ତ ହେଉଛନ୍ତି। ତେଣୁ ଧରାପଡ଼ିଥିବା ଅଭିଯୁକ୍ତମାନଙ୍କୁ ଏଭଳି ଛାଡ଼ିଦିଆଯିବାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ପୁଲିସ୍ର କାର୍ଯ୍ୟଦକ୍ଷତା ପ୍ରତି ସେମାନେ ପ୍ରଶ୍ନ ମଧ୍ୟ ଉଠାଇଚନ୍ତି। ପ୍ରକାଶଯୋଗ୍ୟ କିଛି ଦିନ ପୂର୍ବରୁ ମେଲଛାମୁଣ୍ତା ପୁଲିସ ସାରଙ୍ଗପୁର ଅଂଚଳରୁ ଏକ ଜୁଆଡି ଦଳକୁ କାବୁ କରିଥିଲା। ସେମାନଙ୍କୁ ବି ଥାନାକୁ ଆଣି ନୋଟିସ ମାଧ୍ୟମରେ ଛାଡ଼ି ଦେଇଥିଲା। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)