ଦେବଗଡ଼ : ଦେବଗଡ଼ ଜିଲ୍ଲାରେ ମାଓ ଗତିବିଧି ବୃଦ୍ଧି ପାଉଥିବାରୁ ପୁଲିସ୍ ବିଭିନ୍ନ ସ୍ଥାନରେ କମ୍ବିଂ ଅପରେସନ୍ ଆରମ୍ଭ କରିଛି। ସୋମବାର ଲଇମୁରା ଫାଣ୍ଡି ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟରେ ଚଢ଼ଉ କରି ପୁଲିସ୍ ଏକ ମାଓ କ୍ୟାମ୍ପ୍୍ ଠାବ କରିବା ସହ ସେଠାରୁ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି। ଜଗନ୍ନାଥପୁର ଗାଁରେ ମାଓ କ୍ୟାମ୍ପ୍ ଚାଲିଥିବା ସୂଚନା ପାଇ ଏସ୍ପି ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ସୋମବାର ସନ୍ଧ୍ୟାରେ ଏସ୍ଓଜି ଓ ପୁଲିସ୍ର ଏକ ଟିମ୍ ମିଳିତ ଚଢ଼ଉ କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ଜଙ୍ଗଲରେ କମ୍ବିଂ ଜାରି ରହିଥିବା ଜଣାପଡ଼ିଛି।
ରାସ୍ତା ଖୋଳିଲେ ମାଓବାଦୀ
ମାଥିଲିି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ତଥା ଛତିଶଗଡ ସୀମାନ୍ତରେ ପୁଣି ମାତି ଉଠିଛନ୍ତି ମାଓବାଦୀ। ଗତକାଲି ବିଳମ୍ବିତ ରାତିରେ ମାଥିଲି ବ୍ଲକର ଦୁର୍ଗମ ମହୁପଦର ପଞ୍ଚାୟତ ସଦରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ମାଓବାଦୀ ଖୋଳି ଦେଇଛନ୍ତି। ଅଞ୍ଚଳବାସୀ ଆଜି ମହୁପଦର ସାପ୍ତାହିକ ହାଟକୁ ଆସିଲା ବେଳେ ମହୁପଦର ନିକଟସ୍ଥ କଲଭର୍ଟର ଉଭୟ ପାର୍ଶ୍ୱରେ ଗାତ ହୋଇ ଥିବା ଦେଖିଥିଲେ। ଏଥିସହ ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ପକ୍ଷରୁ ବ୍ୟାନର ଓ ପୋଷ୍ଟର ମରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/bastar-759.jpg)