ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାଠାରୁ ମାତ୍ର ୪ କିମି ଦୂର ୫୫ ନମ୍ବର ଜାତୀୟ ରାଜପଥର ଲୁହାମୁଣ୍ଡା ନିକଟସ୍ଥ ଏକ ଢାବା ପାଖରେ ଲୁଚାଛପା ଭାବେ ଚାଲିଥିଲା ଏକ ବେଆଇନ କୋଇଲା ଡିପୋ। ଗତକାଲି ରାତିରେ ପୁଲିସ ଉକ୍ତ ଡିପୋରେ ଅତର୍କିତ ଚଢ଼ଉ କରି ୫୦ ଟନ୍ ଚୋରା କୋଇଲା, ୩ଟି ଟ୍ରକ୍, ଜେସିବି ମେସିନ୍, ବାଇକ୍ ଜବତ କରିବା ସହ ଜଣକୁ ଗିରଫ କରିଛି। ପୁଲିସ କହିବା ଅନୁସାରେ, ଦୁର୍ବୃତ୍ତମାନେ ଜାତୀୟ ରାଜପଥ ପାର୍ଶ୍ୱରେ ଚୋରା କୋଇଲା ଡିପୋ କରି ବିଭିନ୍ନ ସ୍ଥାନକୁ କୋଇଲା ଚାଲାଣ କରୁଥିଲେ। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ରଙ୍କୁ ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିବା ପରେ ହଣ୍ଡପା ଥାନା ଆଇଆଇସି ସୁନିଲ୍ କୁମାର କର ଓ ପୁଲିସ ଷ୍ଟାଫ ଗତକାଲି ରାତି ୧୧ଟାବେଳେ ସେଠାରେ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ କୋଇଲା ବୋଝେଇ ହୋଇଥିବା ୨ଟି ଟ୍ରକ୍, ଗୋଟିଏ ମିନିଟ୍ରକ୍, ଗୋଟିଏ ଜେସିବି ମେସିନ୍, ଗୋଟିଏ ପଲସର୍ ବାଇକ୍ ଏବଂ ୫୦ ଟନ୍ କୋଇଲା ଜବତ କରାଯାଇଥିଲା। ଘଟଣାସ୍ଥଳରୁ ଲୁହାମୁଣ୍ଡା ଗାଁର କୋଇଲା ବ୍ୟବସାୟୀ ବିଷ୍ଣୁଚରଣ ସ୍ୱାଇଁ (୪୫)ଙ୍କୁ ଗିରଫ କରାଯାଇଥିବା ବେଳେ ୭ ଜଣ ଚୋରା କୋଇଲା ବେପାରୀ ଫେରାର ହୋଇ ଯାଇଥିଲେ। ଜବତ କୋଇଲାର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି।
ଚୋରା କୋଇଲା ଡିପୋରେ ପୁଲିସ ଚଢ଼ଉ
୫୦ ଟନ୍ କୋଇଲା, ୩ ଟ୍ରକ୍, ଜେସିବି ସହିତ ବାଇକ୍ ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2018/03/arrest-rcmp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)