ଭଦ୍ରକ: ଟଙ୍କା ଉପାର୍ଜନକୁ ଆଜିକାଲି ଅନେକ ଯୁବତୀ ସହଜ ଭାବି ନେଇଛନ୍ତି। ଦେହ ବେପାର ଏକ କଳଙ୍କିତ କାମ ହୋଇଥିଲେ ବି ଅନେକ ଯୁବତୀ ଟଙ୍କା ରୋଜଗାର ଏହାକୁ ସହଜ ମାଧ୍ୟମ ଭାବି ନେଉଛନ୍ତି। ବିନା ପରିଶ୍ରମରେ ସହଜରେ ଟଙ୍କା ଉପାର୍ଜନ କରିହେଉଥିବାରୁ ସେମାନେ ଖରାପ ରାସ୍ତାରେ ପାଦ ଦେଉଛନ୍ତି। ଏପରିକି ପୁଲିସକୁ ମଧ୍ୟ ଖାତିର କରୁ ନାହାନ୍ତି। ହେଲେ ବେଳ ସବୁବେଳେ ଠିକ୍ଠାକ ଯାଇ ନଥାଏ। ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ପୁଲିସ ଆଖିରେ ଧରାପଡ଼ିଛନ୍ତି ଦେହ ବ୍ୟବସାୟ କରୁଥିବା ୩ ଜଣ ଯୁବତୀ। ଏଥି ସହିତ ପୁଲିସ ୪ ଜଣ ଯୁବକଙ୍କୁ ମଧ୍ୟ ଗିରଫ କରିଛି।
ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣୀ ମନ୍ଦିର ଠାରୁ ୧ କିଲୋମିଟର ଦୂରରେ ଥିବା ଏକ ହୋଟେଲ ‘ରୟାଲ ପେଲେସ୍’ରେ ଦେହ ବେପାର ଚାଲିଥିଲା। ଏନେଇ ପୁଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା। ପୁଲିସ ଅତର୍କିତ ଭାବେ ହୋଟେଲରେ ଚଚଉ କରିଥିଲା। ଏହି ଚଢ଼ଉ ସମୟରେ ହୋଟେଲ ରୁମ୍ରେ ୪ ଜଣ ଯୁବକ ଓ ୩ ଜଣ ଯୁବତୀ ଥିଲେ। ସେମାନଙ୍କ ପାଖରୁ ମେଡିସିନ ସହିତ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଭଦ୍ରକ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଧୁଷୁରୀ ପୁଲିସ୍ର ଏକ ଟିମ ହୋଟେଲରେ ଚଢ଼ଉ କରି ଯାଜପୁର ଅଞ୍ଚଳର ୨ଯୁବକ ସହିତ ୨ ଯୁବତୀ ଓ ଭଦ୍ରକ ଅର୍ଣ୍ଣପାଳ ଅଞ୍ଚଳର ୧ଜଣ ଯୁବକ ସହିତ ଯୁବତୀକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଜଣେ ଯୁବକ ହୋଟେଲ କର୍ମଚାରୀ ରହିଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/29a1f473-adb9-4669-918f-1b655bf4f06e.jpeg)