ରାଜଗାଙ୍ଗପୁର : ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତ ଡୁଡୁକୁବାହାଲ ନିକଟରେ ଥିବା ଭୁତୁଲୁପଡ଼ା ଅଞ୍ଚଳରେ ବେଆଇନ କୁକୁଡ଼ା ଲଢ଼େଇ ଚାଲିଥିବାବେଳେ ପୁଲିସ ଅତର୍କିତ ଚଢ଼ଉ କରିବା ସହ ବାଇକ୍‌, ମୋବାଇଲ୍‌, ଗୋଟିଏ କାର, କୁକୁଡ଼ା ଓ ନଗଦ ଟଙ୍କା ଜବତ କରିବା ସହ ୫୨ ଜଣଙ୍କୁ ଗିରଫ କରିଛି।

Advertisment

ସୂଚନା ମୁତାବକ ଭୁତୁଲୁପଡ଼ା ଅଞ୍ଚଳରେ ଗୁରୁବାର ଦିନ ରଜ ଉପଲକ୍ଷେ ବେଆଇନ କୁକୁଡ଼ା ଲଢ଼େଇ ଚାଲିଥିଲା। ଖବର ପାଇ  ଏସ୍‌ଡିପିଓ ଅଭିଷେକ ପାଣିଗ୍ରାହୀଙ୍କ ନେତୃତ୍ୱରେ ଥାନାଧିକାରୀ ବିବତ୍ସ ପ୍ରଧାନ, ଏସ୍‌ଆଇ ଖଗପତି ବିଶ୍ୱାଳ, ଏଏସ୍‌ଆଇ ପ୍ରଶାନ୍ତ ସେନାପତି, ଏଏସ୍‌ଆଇ ହେମନ୍ତ ଧାରୁଆ, ଏଏସ୍‌ଆଇ ଗୌତମ ବେହେରା ସଦଳବଳେ ଅତର୍କିତ ଚଢ଼ଉ କରିଥିଲେ। ଏହି ଚଢ଼ଉରେ ପୁଲିସ ୫୫ଟି ବାଇକ୍‌, ୪୮ଟି ମୋବାଇଲ୍‌, ଗୋଟିଏ କାର, ୩ଟି କୁକୁଡ଼ା, ଗୋଟିଏ କାର( ଓଡି ୧୪ ୟୁ ୫୨୭୧) ଓ ନଗଦ ୩୩ ହଜାର ୫୧୦ ଟଙ୍କା ଜବତ କରିବା ସହ ୫୨ ଜଣଙ୍କୁ ଗିରଫ କରିଛି।