୧୦୦ରୁ ଊର୍ଦ୍ଧ୍ୱ ଚୋରି ସ୍ମାର୍ଟଫୋନ୍‌ ଜବତ, ୨ ଗିରଫ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରୁ ଭୁବନେଶ୍ୱର-କଟକ କମିସନ୍‌ରେଟ୍‌ ପୁଲିସ ପ୍ରାୟ ୧୦୨ଟି ଚୋରି ମୋବାଇଲ୍‌ ଫୋନ୍‌ ଜବତ କରି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଅନଗୁଳର ସଞ୍ଜୟ ଗଡ଼ନାୟକ ଏବଂ ଲିପୁନ ସାହୁ।

ପ୍ରାପ୍ତ ସୂଚନା ଅନୁସାରେ, ବସ୍‌ ଯୋଗେ ରାଉରକେଲାକୁ ପଠାଯାଇଥିବା ୯୧ଟି ସ୍ମାର୍ଟ ଫୋନ୍‌ ଚୋରି ହୋଇ ଯାଇଥିବା କଥା ସେପ୍ଟେମ୍ବର ମାସରେ ‘ସିଟି କମର୍ସିଆଲ୍‌ ସର୍ଭିସ୍‌’ର ପ୍ରୋପାଇଟର୍‌ ଆଶୁତୋଷ ଦାସ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ।

ତଦନ୍ତ ସମୟରେ ପୁଲିସ ଅନଗୁଳ, ଯାଜପୁର, ସମ୍ବଲପୁର ଏବଂ ଢେଙ୍କାନାଳ ଜିଲ୍ଲାରୁ ‘ଭିଭୋ’ କମ୍ପାନି ନିର୍ମିତ ୮୨ଟି ସ୍ମାର୍ଟ ଫୋନ୍‌ ଜବତ କରିଥିଲା। ଏହା ବ୍ୟତିରେକେ, ହଜିଥିବା, ଛଡ଼ାଇ ନିଆଯାଇଥିବା, ଘରୁ ଚୋରି ହୋଇଯାଇଥିବା କଥା ବିଭିନ୍ନ ତାରିଖରେ ଅଭିଯୋଗ ହୋଇଥିବା ଅନ୍ୟ କେତେକ କମ୍ପାନି ନିର୍ମିତ ଆହୁରି ୨୦ଟି ସ୍ମାର୍ଟଫୋନ୍‌ ମଧ୍ୟ ପୁଲିସ ଜବତ କରିଛି ବୋଲି ଆଜି ଏକ ପ୍ରେସ୍‌ କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର