ଆଇପିଏସ୍‌ ଓ ଓପିଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ ଓ ଓପିଏସ ଅଧିକାରୀ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଆଇପିଏସ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟଙ୍କୁ ଭିଜିଲାନ୍‌ସର ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି।

ସେହିପରି ସତୀଶ କୁମାର ଗଜଭିୟେଙ୍କୁ ଟ୍ରାଫିକ୍‌ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ମନୋଜ ମହନ୍ତ ଦେବଗଡର ଏସପି ହୋଇ ଥିବା ବେଳେ ଓଏପିଏସ ବିଜୟ ସାହୁଙ୍କୁ ସପ୍ତମ ବାଟାଲିଅନର କମାଣ୍ଡାଣ୍ଟ ଭାବେ ଦାୟିତ୍ୱ ମିଳିଛି।

ସମ୍ବନ୍ଧିତ ଖବର