ବିନିକା: ବିନିକା ଥାନା ସିଲାଟି ଗାଁର ଟ୍ରିପଲ ମର୍ଡର କେସ୍ର ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ ପାଇଁ ପୁଲିସ ଗାଁକୁ ଯାଇଥିଲା। ମାତ୍ର ଗାଁ ଲୋକେ ଅଭିଯୁକ୍ତକୁ ଦେଖି ଉତ୍ତ୍ୟକ୍ତ ହେବା ସହ ପୁଲିସକୁ ଘେରି ଯାଇଥିଲେ। ଫଳରେ ପୁଲିସ ସିନ୍ ରିକ୍ରିଏସନ୍ କରି ନ ପାରି ଫେରି ଯାଇଥିଲା।
୨୦୨୦ ଜୁଲାଇ ୨୩ ତାରିଖରେ ଗୁଲୁ ଭୋଇ, ସ୍ତ୍ରୀ ବୈଦେହି ଭୋଇ ଓ ପୁଅ ଶିବ ଭୋଇଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରି ଅଭିଯୁକ୍ତ ତାଙ୍କ ଜ୍ବାଇଁ ଉତ୍ତର ପ୍ରଦେଶ ଲଳିତପୁରର ପପୁ ସେନ ଫେରାର ମାରିଥିଲା। ପପୁ ସେଠାକାର ଏକ ମାମଲାରେ ଜେଲରେ ଥିଲା। ଏହା ଜାଣିବା ପରେ ବିନିକା ପୁଲିସ ତାକୁ ସେଠାରୁ ଆଣି ସ୍ଥାନୀୟ କୋର୍ଟରେ ହାଜର କରିଥିଲା। ପରେ ପୁଣି ସୋନପୁର ଜେଲରୁ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ମଙ୍ଗଳବାର ସିନ୍ ରିକ୍ରିଏସନ୍ ପାଇଁ ଏସ୍ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି ଓ ଥାନା ଅଧିକାରୀ ପବିତ୍ର ସାହୁ ସିଲାଟି ଗାଁରେ ପହଞ୍ଚି ଥିଲେ। ଗାଡିରୁ ପୁଲିସ କଡ଼ା ସୁରକ୍ଷାରେ ଘଟଣାସ୍ଥଳକୁ ନେଇ ବିନିକା ଆଇଆଇସି ଶ୍ରୀ ସାହୁ ଅଭିଯୁକ୍ତଙ୍କୁ ହତ୍ୟା ଘଟଣା ବିଷୟରେ ପଚରା ଉଚୁରା ସାରି ଘଟଣାସ୍ଥଳରୁ ପୁଣି ପୁଲିସ ଗାଡ଼ିକୁ ଆଣିବା ସମୟରେ ଲୋକମାନେ ଅଭିଯୁକ୍ତ ପପୁକୁ ଦେଖି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ପୁଲିସକୁ ଘେରି ଯାଇଥିଲେ। ଫଳରେ ପୁଲିସ ସିନ୍ ରିକ୍ରିଏସନ୍ କରି ନ ପାରି ଫେରି ଯାଇଥିଲା। ହତ୍ୟା ପରେ ଅଭିଯୁକ୍ତ କେମିତି ଫେରାର୍ ମାରିଲା ତା’ର ତଦନ୍ତ କରିବା, ଅଭିଯୁକ୍ତକୁ ଯଦି କେହି ସ୍ଥାନୀୟ ବ୍ୟକ୍ତି ସହଯୋଗ କରିଥା’ନ୍ତି ତାଙ୍କୁ ଗିରଫ କରିବା ଓ ଅଭିଯୁକ୍ତ ବ୍ୟବହାର କରିଥିବା କରିଥିବା ଗାଡ଼ି ଜବତ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/9698359b-7c5b-44e3-a660-ef45b98910e5.jpg)