ଭୁବନେଶ୍ବର : ସାମ୍ବିଧାନିକ ଉତ୍ସବ, ରାଷ୍ଟ୍ରୀୟ ଦିବସ, ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁଲିସ ଅଧିକାରୀ ୟୁନିଫର୍ମ ବ୍ୟତୀତ ପିନ୍ଧୁଥିବା ଟ୍ୟୁନିକ୍‌(କୋର୍ଟ) ଏବଂ କ୍ରସ୍ ବେଲ୍ଟ ଆଉ ବ୍ୟବହାର କରିବେ ନାହିଁ। ବ୍ରିଟିସ୍ ଅମଳରୁ ଚାଲି ଆସୁଥିବା ଏହି ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି। ଏ ସମ୍ପର୍କରେ ପୁଲିସ ଡିଜିଙ୍କୁ ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଚିଠି ମାଧ୍ୟମରେ ଜଣାଇ ଦେଇଛନ୍ତି। କେବଳ ପରେଡ୍ ସମୟରେ ଖଣ୍ଡା ଧରିଥିବା ପୁଲିସ କର୍ମଚାରୀ କ୍ରସ୍ ବେଲ୍ଟ ପିନ୍ଧି ପାରିବେ ବୋଲି କୁହାଯାଇଛି। ଏଏସ୍ଆଇ ପାହ୍ୟାଠାରୁ ପୁଲିସ ବିଭାଗର ସର୍ବୋଚ୍ଚ ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ। ସୂଚନାଯୋଗ୍ୟ, ପୂର୍ବତନ ପୁଲିସ ଡିଜି ଅଭୟ ଅବସର ଗ୍ରହଣ କରିବା ପୂର୍ବରୁ ଗୃହ ବିଭାଗକୁ ଏହି ପ୍ରସ୍ତାବ ଦେଇଥିଲେ।