ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ବାସୁଦେବପୁର ଛକ ନିକଟରୁ ଆଜି ସନ୍ଧ୍ୟାରେ ପୁଲିସ ଏକ କାର୍ (ଓଆର୦୨ବିଭି୮୦୦୭)ରୁ ୫୦ ଲକ୍ଷ ଟଙ୍କା ଜବତ କରିଛିି। ଏହି ଟଙ୍କା ଜିଲ୍ଲାର ଜଣେ ବିଶିଷ୍ଟ ରାଜନେତାଙ୍କର ବୋଲି ଜୋରସୋର ଆଲୋଚନା ଚାଲିଛି। ତେବେ ପୁଲିସ ଏ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ଦେବାକୁ ମନା କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଏକ କାର୍ରେ ଟଙ୍କା ଚାଲାଣ ହେଉଥିିବା ଖବର ପାଇ ଚମ୍ପୁଆ ଥାନା ଅଧିକାରୀ ସୁମିତ କୁମାର ସୋରେନ ବାସୁଦେବପୁର ଛକ ନିକଟରେ ସଦଳବଳେ ଚଢ଼ଉ କରିଥିଲେ। ଖାନ୍ତଲାସ କରାଯିବା ବେଳେ କାର୍ରୁ ୫୦ ଲକ୍ଷ ଟଙ୍କା ମିଳିଥିଲା। ଏହି ଘଟଣାରେ ଯୋଡ଼ା ଅଞ୍ଚଳର ଏକ ବେସରକାରୀ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ବି ଅଟକ ରଖାଯାଇଛି। ସୂଚନା ପାଇ କେନ୍ଦୁଝର ଏସ୍ପି ରାଜେଶ ପଣ୍ଡିତ ଚମ୍ପୁଆ ଥାନାରେ ପହଞ୍ଚି ଅଟକ ଦୁଇଜଣଙ୍କୁ ପଚରାଉଚରା କରିବା ପରେ କେନ୍ଦୁଝର ନେଇ ଯାଇଥିବା ଜଣାପଡିଛିି। ଏ ନେଇ କିଛି ତଥ୍ୟ ଦେବାକୁ ପୁଲିସ ମନା କରି ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/note.jpg)