ଜୟନାରାୟଣଙ୍କ ମନ୍ତବ୍ୟକୁ ପୁଲିସ ସେବାସଂଘର ବିରୋଧ

କଟକ : ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜ ପିଏସ୍‌ଓ ଫେରାଇବା ସହିତ ପୁଲିସ ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠିବା ଘଟଣା ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ହାବିଲଦାର, କନଷ୍ଟେବଳ ଓ ସିପାହୀ ମହାସଂଘ ପ୍ରଥମେ ଏହି ମନ୍ତବ୍ୟକୁ ବିରୋଧ କରିଥିବା ବେଳେ ଏବେ ଓଡ଼ିଶା ପୁଲିସ ସେବାସଂଘ ବିରୋଧ କରିଛି। ସେବାସଂଘର ସଭାପତି ଇତିକାନ୍ତ ମହାପାତ୍ର ଏବଂ ସମ୍ପାଦକ ରଣଜିତ ନାୟକ ଏକ ପ୍ରେସ୍ ଇସ୍ତାହାରରେ କହିଛନ୍ତି ଯେ ବିଧାୟକ ଶ୍ରୀ ମିଶ୍ର ଓଡ଼ିଶା ପୁଲିସର କାର୍ଯ୍ୟଦକ୍ଷତାର ମାନଦଣ୍ଡ ନିର୍ଦ୍ଧାରଣ କରିବା ସମୀଚୀନ ନୁହେଁ। ଏଭଳି ମନ୍ତବ୍ୟକୁ ଦୃଢ଼ ନିନ୍ଦା କରାଯାଉଛି। ଦାୟିତ୍ବହୀନ ତଥା ଉଦ୍ଦେଶ୍ୟ ପ୍ରଣୋଦିତ ମନ୍ତବ୍ୟ ଦେବାରୁ ନିବୃତ ହେବା ସହିତ ବିବୃତିକୁ ପ୍ରତ୍ୟାହାର କରିବାକୁ ଦାବି କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର