ଉମରକୋଟ: କିଛି ଦିନ ତଳେ ନବରଂଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଧୋଡ୍ର। ନିକଟସ୍ଥ ଭୀମାଗୁଡା ଗ୍ରାମରେ ଦଶାଘରକୁ ଯାଇ ୧୦୦ଜଣଙ୍କୁ ଗାମୁଛା ବଣ୍ଟନ କରି ଉମରକୋଟ ପୁଲିସ ସବଇନ୍ସପେକ୍ଟର ଖଗେଶ୍ବର ଖସଲା ଚର୍ଚ୍ଚାରେ ରହିଥିବା ବେଳେ ଆଜି ପୁଣି ଏକ ଘରକୁ ଯାଇ ଟଂକା ଓ ଚାଉଳ ଦେଇ ଆସିଛନ୍ତି। ପିଲାଦିନରୁ ସମାଜସେବା ପ୍ରତି ଆଗ୍ରହ ଥିବା ଏହି ପୁଲିସ ଅଧିକାରୀ ଏଭଳି ଭାବେ ସମାଜସେବା କରୁଛନ୍ତି। ଉମରକୋଟ ଥାନ ଅନ୍ତର୍ଗତ ଅଞ୍ଚଳର ଚ।ଲାଣଗୁଡା ଗ୍ରାମର ୬୦ ବର୍ଷୀୟ ମହିଳା ଘସିନ ପନକ।ଙ୍କର ମୃତ୍ୟୁ ହେଇଥିଲା। ଆଜି ଥିଲା ଦଶାଘର।
କୌଣସି ସୂତ୍ରରୁ ଖବର ପାଇ ଖଗେଶ୍ବର ଖସଲା ନିଜ ପୁଲିସ ଷ୍ଟାଫଙ୍କୁ ନେଇ ଘସିନାଙ୍କ ପରିବାର ଲୋକଙ୍କ ପାଖକୁ ପହଞ୍ଚି ଥିଲେ। ସେଠାରେ ସେ ଚାଉଳ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ପୁଲିସ ବାବୁଙ୍କର ଏହି ମହାନ କାର୍ଯ୍ୟକ୍ରମକୁ ଦେଖି ଗ୍ରାମବାସୀ ମଧ୍ୟ ତାଜୁବ ହେଇ ଯାଇଥିଲେ। ପୁଲିସ ବାବୁଙ୍କର ଏହି ମହାନ କାର୍ଯ୍ୟ ନିଶ୍ଚିତ ଭାବରେ ଏକ ସ୍ୱାଗତ ପଦକ୍ଷେପ। ଏପରି ପଦକ୍ଷେପ ନିଶ୍ଚିତ ଭାବରେ ପୁଲିସ ଓ ଜନତାଙ୍କ ମଧ୍ୟରେ ଥିବା ଦୁରତ୍ଵକୁ କମାଇବ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।