ମୁରିବାହାଲ : ଏକ ପୁରୁଣା ମାମଲା ରଫାଦଫା କରିବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଏସ୍ଆଇ ସରୋଜ ରଞ୍ଜନ ରଥ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ମୁରିବାହାଲ ଥାନା ଗୁଡ଼ିଘାଟ ଖରବାହାଲି ଗାଁର ସଂଜୀବ ପଧାନଙ୍କ ଭାଇ ମାନସ ପଧାନଙ୍କ ନାମରେ ୨୦୧୯ର ଏକ ଦୁଷ୍କର୍ମ ଉଦ୍ୟମ ମାମଲା ରହିଥିଲା। ଏହାର ଚାର୍ଜସିଟ ପଠାଇବା ପାଇଁ ସଂଜୀବଙ୍କଠାରୁ ଶ୍ରୀ ରଥ ୧୦ ହଜାର ଟଙ୍କା ଦାବି କରିଆସୁଥିଲେ। ସଂଜୀବ ଏ ସମ୍ପର୍କରେ ବଲାଙ୍ଗୀର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ଅନୁସାରେ ବୁଧବାର ପୂର୍ବାହ୍ଣ ୧୧ଟାରେ ରାସାୟନିକ ପ୍ରଲେପଦିଆ ୧୦ହଜାର ଟଙ୍କାକୁ ଥାନା ଭିତରେ ହିଁ ଶ୍ରୀ ରଥଙ୍କୁ ସଞ୍ଜୀବ ଦେଇଥିଲେ। ଏହି ସମୟରେ ଛକି ବସିଥିବା ଭିଜିଲାନ୍ସ ଟିମ୍ ଶ୍ରୀ ରଥଙ୍କୁ ସିଧାସଳଖ ଧରିଥିଲେ। ଉକ୍ତ ୧୦ ହଜାର ଟଙ୍କା ସହିତ ତାଙ୍କ ଅଫିସ ଡ୍ରୟରରେ ଓ ରହୁଥିବା କ୍ବାର୍ଟର୍ସରେ ଭିଜିଲାନ୍ସ ଚଢ଼ଉ କରି ନଗଦ ମୋଟ ୬୮ହଜାର ୯ଶହ ଟଙ୍କା ଜବତ କରିଥିଲା।
ଭିଜିଲାନ୍ସ ଜାଲରେ ପୁଲିସ ଏସ୍ଆଇ, ମାମଲା ରଫାଦଫା ପାଇଁ ୧୦ ହଜାର ଟଙ୍କା ନେଉଥିଲେ
/sambad/media/post_attachments/wp-content/uploads/2019/11/Vigilance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)