ମଦ୍ୟପ ପୁଲିସ୍ ଏସ୍ ଆଇଙ୍କୁ ନିଲମ୍ବନ କରିଲେ ଆରକ୍ଷୀ ଅଧୀକ୍ଷକ

ବେତନଟୀ : ଜଣେ ମଦ୍ୟପ ପୁଲିସ୍ ଏସ୍ ଆଇଙ୍କୁ ନିଲମ୍ବନ କରିଛନ୍ତି ଆରକ୍ଷୀ ଅଧୀକ୍ଷକ।  ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନାରେ କାର୍ଯ୍ୟରତ ଏସ୍‌ଆଇ ସଚ୍ଚିଦାନନ୍ଦ କିଷାନ ଗତକାଲି ଥାନା ଛକ ନିକଟ ଏକ ଦୋକାନ ଆଗରେ ମଦ ପିଇ ମାତାଲ୍ ଅବସ୍ଥାରେ ଅନ୍ୟ ଦୁଇଜଣଙ୍କ କାନ୍ଧରେ ହାତ ଦେଇ ଯାଉଥିବାର ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ସେମାନଙ୍କ ସହ ଏସ୍‌ଆଇ ସଚ୍ଚିଦାନନ୍ଦ କିଷାନ ଯୁକ୍ତତର୍କ କରିଥିଲେ।

ଏହାପରେ ସେମାନେ ଏସ୍‌ଆଇ ସଚ୍ଚିଦାନନ୍ଦ କିଷାନଙ୍କ ଭିଡିଓ ଉତ୍ତୋଳନ କରିଥିଲେ। ଖାଲି ସେତିକି ନୁହେଁ ଏଘଟଣା ସଂପର୍କରେ ବି ସେମାନେ  ଆରକ୍ଷୀ ଅଧୀକ୍ଷକଙ୍କୁ  ସୂଚନା ଦେଇଥିଲେ। ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶକ୍ରମେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଏସ୍‌ଆଇଙ୍କୁ ନେଇ ଘରେ ଛାଡ଼ିଥିଲେ। ଆରକ୍ଷୀ ଅଧୀକ୍ଷକ ଗତକାଲି ରାତିରେ ଏସ୍‌ଆଇ ସଚ୍ଚିଦାନନ୍ଦ କିଷାନଙ୍କୁ ନିଲମ୍ବନ କରିଥିଲେ। ଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଥିବା ନିଜ ଟ୍ୱିଟର୍ ପେଜରେ ଟୁଇଟ୍ କରିଥିଲେ ଏସ୍‌ପି। ବେତନଟୀ ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।।

ସମ୍ବନ୍ଧିତ ଖବର