କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଘେରାଉ ଉଦ୍ୟମ କରିଛନ୍ତି ଶତାଧିକ ଡଙ୍ଗରିଆ। ମାଓ ସୂଚନାଦାତା ସନ୍ଦେହରେ ୨ ଡଙ୍ଗରିଆଙ୍କୁ ପୁଲିସ ଉଠାଇ ନେଇଥିବା ପ୍ରତିବାଦରେ ଘେରାଉ ଉଦ୍ୟମ ହୋଇଥିବା ଜଣାଯାଇଛି।
ଆଜି ସକାଳୁ ନିୟମଗିରି ସୁରକ୍ଷା ସମିତି ସଭାପତି ଶିକକା ଲଦଙ୍କ ନେତୃତ୍ୱରେ ନିୟମଗିରି ଅଞ୍ଚଳର ୧୨୧ଟି ଗାଁର ଡଙ୍ଗରିଆ ଏକତ୍ରିତ ହୋଇ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ଥାନ ଘେରାଉ ଉଦ୍ୟମ କରିଥିଲ। ମାଓ ସୂଚନାଦାତା ସନ୍ଦେହରେ ପୁଲିସ ଉଠାଇ ଆଣିଥିବା ଦୁଇ ଜଣଙ୍କୁ ତୁରନ୍ତ ଛାଡିବା ଲାଗି ଦାବି କରିଥିଲେ। ଏକ୍ତ ଦାବି ପୂରଣ ନ ହେବା ଯାଏ ଥାନାରୁ ନ ଯିବା ପାଇଁ ସେମାନେ ଅଡ଼ି ବସିଛନ୍ତି।