ସନାତନଙ୍କ ସମର୍ଥକଙ୍କୁ ଅଟକାଇଲା ପୁଲିସ

ଯୋଡ଼ା : ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କୁ ଭେଟିବା ପାଇଁ ତାଙ୍କ ସମର୍ଥକମାନେ ଭଦ୍ରାସାହିରୁ କେନ୍ଦୁଝର ଯିବା ସମୟରେ ପୁଲିସ ସେମାନଙ୍କ ବସ୍‌କୁ ଅଟକାଇଛି। ଯୋଡ଼ା ବ୍ଲକ୍‌ ଭଦ୍ରାସାହି ପଞ୍ଚାୟତ ଝାଡ଼ଗାଁରୁ  ଦୁଇଟି ବସ୍ ଯୋଗେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କୁ ଭେଟିବା ପାଇଁ କିଛି ଲୋକ ବସ୍‌ରେ କେନ୍ଦୁଝରସ୍ଥିତ ତାଙ୍କ ବାସଭବନକୁ ଯାଉଥିଲେ। ପୁଲିସ ଭଦ୍ରାସାହି ନିକଟରେ ବସ୍‌ ଦୁଇଟିକୁ ଅଟକାଇ ଡ୍ରାଇଭର ଦୁଇଜଣଙ୍କୁ ଥାନାକୁ ନେଇଯାଇଥିଲା। ଫଳରେ ବସ୍‌ ଦୁଇଟି ସେଠାରେ ଅଟକି ରହିଥିଲା। ଲୋକେ ସେଠାରୁ ଚାଲିଚାଲି କିଛି ବାଟ ଗଲା ପରେ ଯାତ୍ରୀବାହୀ ବସ୍‌ରେ ଯୋଗେ କେନ୍ଦୁଝର ଯାଇଥିଲେ।

ସମ୍ବନ୍ଧିତ ଖବର