ରାଜନଗର/ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ତନ୍ତିଆପାଳ ସାମୁଦ୍ରିକ ଥାନାର ଇନ୍ସ୍ପେକ୍ଟର ଦାୟିତ୍ୱରେ ଥିବା ସବ୍-ଇନ୍ସ୍ପେକ୍ଟର ତ୍ରିଲୋଚନ ବେହେରା ଜଣେ ଯୁବକଙ୍କଠାରୁ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ୍ ହୋଇଛି। ଏହାକୁ ନେଇ ଜିଲ୍ଲାବ୍ୟାପୀ ଚର୍ଚ୍ଚା ଚାଲିଛି। ମୋବାଇଲ୍କୁ ମୋବାଇଲ୍ ଘୂରି ବୁଲୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଶ୍ରୀ ବେହେରା ସେହି ଥାନା ଅନ୍ତର୍ଗତ ରଢିହା ଗାଁର ନିରାକାର ରାଉତଙ୍କଠାରୁ ୧ ହଜାର ଟଙ୍କା (ଦୁଇଟି ୫ଶହ ଟଙ୍କିଆ) ଲାଞ୍ଚ ନେଉଛନ୍ତି। ଶ୍ରୀ ବେହେରା ଥାନା ଭିତରେ ଏକ ଚେୟାରରେ ବସିଛନ୍ତିି। ଡାହାଣ ହାତରେ ଏକ ମୋବାଇଲ୍ରେ କଥା ହେଉଛନ୍ତି। ଏହି ସମୟରେ ନିରାକାର ଥାନା ଭିତରକୁ ଆସି ଦୁଇଟି ୫ଶହ ଟଙ୍କିଆ ନୋଟ୍କୁ ଶ୍ରୀ ବେହେରାଙ୍କ ବାମ ହାତରେ ଧରାଇ ଦେଉଛନ୍ତି। ଶ୍ରୀ ବେହେରା ଟଙ୍କା ନେଇ ସାର୍ଟ ପକେଟ୍ରେ ରଖୁଥିବା ଦେଖି ଭିଡିଓଟିକୁ ଥାନାର କେହି କର୍ମଚାରୀ ରେକର୍ଡିଂ କରି ଭାଇରାଲ୍ କରିଥିବା ନେଇ ଚର୍ଚ୍ଚା ହେଉଛି।
ଥାନାବାବୁ ନେଉଛନ୍ତି ଲାଞ୍ଚ!, ଭାଇରାଲ୍ ହେଲା ଭିଡିଓ
/sambad/media/post_attachments/wp-content/uploads/2018/08/bribe.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)