ସୁଶାନ୍ତ ଧଳସାମନ୍ତ ଓ ରଂଜିତା ବିଶ୍ୱାଳଙ୍କୁ ତିନି ଦିନ ରିମାଣ୍ଡରେ ନେଲା ପୁଲିସ୍‌

କଟକ : ବାଲିଘାଟ ବଟିକୁ ନେଇ ସଦର ଥାନା ସୁଭଦ୍ରାପୁର ଅଞ୍ଚଳର ବିଜେନ ପାଲଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସୁଶାନ୍ତ ଧଳସାମନ୍ତ ଓ ସିଏମ୍‌ସି କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ଆଜିଠାରୁ ୩ ଦିନ ପାଇଁ ରିମାଣ୍ଡରେ ନେଇଛି ସଦର ଥାନା ପୁଲିସ। ପୁଲିସ ପକ୍ଷରୁ ଦାୟର ଆବେଦନକୁ ଗ୍ରହଣ କରି କଟକ ଜେଏମ୍‌ଏଫ୍‌ସି(ରୁରାଲ) ଅଦାଲତ ଏଥି ପାଇଁ ଅନୁମତି ଦେଇଛନ୍ତି। ମାର୍ଚ୍ଚ ୧୩ରୁ ଉଭୟଙ୍କୁ ପୁଲିସ ରିମାଣ୍ଡରେ ନେବ ଓ ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ମାର୍ଚ୍ଚ ୧୬ ତାରିଖରେ ଅଦାଲତରେ ହାଜର କରାଯିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତରେ ହାଜର କରାଯିବା ପୂର୍ବରୁ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରାଯାଇ ରିପୋର୍ଟ ଦାଖଲ କରାଯିବ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍‌ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ, କବି ନାରାୟଣ ଜେନା, ରଜନୀକାନ୍ତ ମିଶ୍ର ଏବଂ ଅଭିଯୁକ୍ତଙ୍କ ତରଫରୁ ସୌରଚନ୍ଦ୍ର ମହାପାତ୍ର, ଅକ୍ଷୟ କୁମାର ନାୟକ ଓ ପ୍ରସନ୍ନ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର