ଘୁ.ଉଦୟଗିରି: ଆଗାମୀ ମେ’ ମାସରେ ପୂରା ଦେଶ ସମେତ ଓଡ଼ିଶାର କନ୍ଧମାଳ ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନ ହେବ। ଏଥି ନିମନ୍ତେ ସମସ୍ତେ ତତ୍ପର। ପ୍ରଶାସନ ଠାରୁ ଆରମ୍ଭ କରି ପୁଲିସ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ନିଜ ନିଜ ଚେଷ୍ଟା ଚଳେଇଛନ୍ତି କିଭଳି ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସରିବ। ପୁଲିସ ଅଧିକ ସତର୍କତା ଅବଲମ୍ବନ କରି ବ୍ୟାପକ ବ୍ୟବସ୍ଥା ହାତକୁ ନେଇଛି। ସେଥି ମଧ୍ୟରୁ ୨୪ଘଣ୍ଟିଆ ନାକା ଏକ ବ୍ୟବସ୍ଥା।
ଗଞ୍ଜାମ-କନ୍ଧମାଳ ସୀମା କଳିଙ୍ଗା ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ସମ୍ମୁଖରେ ସ୍ଥାନୀୟ ପୁଲିସ ପକ୍ଷରୁ ୨୪ଘଣ୍ଟିଆ ନାକା ଆରମ୍ଭ ହୋଇଛି। ଜଣେ ପୁଲିସ ଅଫିସରଙ୍କ ସମେତ ଫୋର୍ସ ଉପସ୍ଥିତ ରହି ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଦୁଇ ଚକିଆ, ଚାରି ଚକିଆ, ଯାତ୍ରୀବାହୀ ବସ, ଟ୍ରକ୍କୁ ତନତନ କରି ଯାଞ୍ଚ କରାଯାଉଥିବା ଦେଖୁବାକୁ ମିଳିଛି।ସ୍ଥାନୀୟ ଆଇଆଇସି ଭଗବାନ ପୂଜାରୀ ସ୍ଥାନୀୟ ଥାନା ଅଞ୍ଚଳରେ କିଭଳି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ ସେଥି ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ସହ ତାହା କାର୍ଯ୍ୟକାରୀ କରିବା ନିଜର ସମସ୍ତ ଅଫିସର ଏବଂ ଫୋର୍ସ କୁ ସଜବାଜ ହେଉଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/IMG-20240327-WA0170.jpg)