ବଲାଙ୍ଗୀର : ସକାଳୁ ସକାଳୁ ଜଣେ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜଣେ ପିଲା ତାଙ୍କୁ ଧୋକା ଦେଇଥିଲା। ତାକୁ ପୁଲିସ ଜେଲ ପଠାଇଛି। ଆଉ ତାକୁ ବାହାର କର ବୋଲି କହି ଦାବି କରିଥିଲେ। ଏପରିକି ନହେଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ସାମ୍ନାରେ ଥିବା ଆଦର୍ଶ ପୁଲିସ ପହଞ୍ଚି ମହିଳାଙ୍କୁ ଥାନାକୁ ନେଇଥିଲା। ସେଠାରେ ପଚରାଉଚୁରା କରିବାରୁ ସେ ତାଙ୍କ ଗାଁ ସାଉନ୍ତପୁର ବୋଲି ସେ କହିଥିଲେ। ଏପଟସେପଟ ଗଣମାଧ୍ୟମ ଆଗରେ ଏପଟସେପଟ ଗପୁଥିଲେ। ୬ ମାସ ହେଲା ଶୋଇନି, ୨ ମାସ ହେଲା ଖାଇନି, ଶିବ ରୂପ ଆସିଛି.. ଏଭଳି ଅନେକ କଥା ଇଆଡୁସେଆଡୁ ଗପୁଥିଲେ। ଘଟଣାକୁ ନେଇ ବୁଝାବୁଝି କରିବାରୁ କିଛି ଦିନ ତଳେ ସେ ଜଣେ ଯୁବକଙ୍କ ନାଁରେ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରି ଯୁବକ ଜଣକୁ କୋର୍ଟଚାଲାଣ କରିଥିଲା। ଏବେ ପୁଣି ସେହି ମହିଳା ଯିଏ ନିଜେ ଅଭିଯୋଗକାରୀ ସିଏ ଆସି ତାକୁ ଜେଲରୁ ବାହାର କରିଦିଅ କହି ଅଝଟ କରୁଥିବା ଜଣାପଡ଼ିଥିଲା। ପୁଲିସ ସବୁ କୋର୍ଟରେ ଏବେ ମାମଲା ଅଛି ଓ ସେଠାରେ ଓକିଲଙ୍କୁ ଧରି କାଗଜପତ୍ର କରିବାକୁ ପଡ଼ିବ କହିବା ପରେ ମହିଳା ଜଣକ ଫେରିଥିଲେ। ପୁଲିସ ସକାଳୁ ପ୍ରାୟ ଘଣ୍ଟାଏ କାଳ ମହିଳାଙ୍କ ପାଇଁ ହଟହଟା ହୋଇଥିଲା।
ବଲାଙ୍ଗୀର : ମହିଳାଙ୍କ ଅଝଟରେ ହଟହଟା ପୁଲିସ
/sambad/media/post_attachments/wp-content/uploads/2021/01/14716339-cd06-4c91-b47a-04076d277074.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)