ବରଗଡ଼: ପୁଲିସ୍ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରୁଛି। କିନ୍ତୁ ଲୋକଙ୍କୁ ପୁଲିସ୍ ଧମକଚମକ ଦେବା ଭଳି ମାମଲା ଆସିଛି ବରପାଲି ଥାନା ଅଂଚଳରୁ। ବରପାଲି ଥାନାରେ କାର୍ଯ୍ୟରତ ଏସ୍ଆଇ ସୁଶାନ୍ତ ପଣ୍ଡା ଫୋନ୍ରେ ଧମକ ଦେଇଥିବା ଏସ୍ପିଙ୍କ ପାଖରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଗତ ୧୫ ତାରିଖ ବରପାଲିର ୧୧ ନମ୍ବର ୱାର୍ଡର କାଉନ୍ସିଲର୍ ସରୋଜ ଭୋଇଙ୍କୁ ଫୋନ୍ରେ ଶ୍ରୀ ପଣ୍ଡା ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନିଶା କାରବାର ମାମଲାରେ ଫସେଇ ଦେବି ବୋଲି କାଳେ ଧମକ ଦେଇଥିଲେ। ସେହିପରି ସମାନ ଅଭିଯୋଗ ଆଣିଛନ୍ତି ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଭିଷେକ ସେଠ୍। ଅଭିଷେକଙ୍କୁ ସେହି ୧୫ ତାରିଖ ସକାଳ ୮ଟା ବେଳେ ପୁଲିସ୍ ଅଧିକାରୀ ଜଣକ ଗାଳିଗୁଲଜ କରି ଧମକ ଦେଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଅଧିକାରୀଙ୍କୁ ୧୦ଦିନ ଭିତରେ ଅନ୍ୟତ୍ର ବଦଳି କରାନଗଲେ ଥାନା ସମ୍ମୁଖରେ ଆମରଣ ଅନଶନ ହେବ ବୋଲି ଚେତାବନୀ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/20-14.jpg)