ନାବାଳିକା ଗଣଦୁଷ୍କର୍ମ ମାମଲାକୁ ‘ରେଡ୍‌ ଫ୍ଲାଗ୍‌’ ଶ୍ରେଣୀଭୁକ୍ତ କରାଯାଇଛି :ପୁଲିସ୍‌ ଡିଜି

ଭୁବନେଶ୍ୱର : କୋରାପୁଟର କୁନ୍ଦୁଲିଠାରେ ମଙ୍ଗଳବାର ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାକୁ ଅତ୍ୟନ୍ତ ସ୍ପର୍ଶକାତର, ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ମାମଲାଭାବେ ଗ୍ରହଣ କରିଛି ଓଡ଼ିଶା ପୁଲିସ୍‌ । ପୀଡ଼ିତାଙ୍କ ବୟାନ ଅନୁଯାୟୀ ୪ ଜଣ ୟୁନିଫର୍ମ ପିନ୍ଧା ଯବାନ୍‌ ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି । ମାତ୍ର ଏହାକୁ ସେ ଅଞ୍ଚଳରେ ନକ୍ସଲ ଦମନ ଲାଗି ମୁତୟନ ହୋଇଥିବା ବିଏସ୍‌ଏଫ୍‌ , ସିଆରପିଏଫ୍‌ ଓ ଏସ୍‌ଓଜି ସେମାନଙ୍କ କର୍ମଚାରୀ ଏଥିରେ ସଂପୃକ୍ତ ନୁହନ୍ତି ବୋଲି ଅସ୍ୱୀକାର କରିଛନ୍ତି ।

ଏହି ନାବଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ଓଡ଼ିଶା ପୁଲିସ କରୁଥିବା ବେଳେ ଏହାକୁ ‘ରେଡ୍‌ ଫ୍ଲାଗ୍‌ ’ ଶ୍ରେଣୀର ମାମଲା ଭାବେ ଗ୍ରହଣ କରାଯାଇଛି ବୋଲି ପୁଲିସ ଡିଜି ଡ.ରାଜେନ୍ଦ୍ର ଶାର୍ମା କହିଛନ୍ତି । କୋରାପୁଟ୍‌ ଏସ୍‌ପି ଏହି ମାମଲାର ତଦନ୍ତ ବ୍ୟକ୍ତିଗତ ଭାବେ ତଦାରଖ କରିବେ । ଚାର୍ଜସିଟ୍‌ ଦାଖଲ ହେବା ପର୍ଯ୍ୟନ୍ତ ପ୍ରତି ୧୫ ଦିନରେ ଅତିରକ୍ତ ଏସପି ଏହାର ଅଗ୍ରଗତି ସମୀକ୍ଷା କରିବେ । ମାମଲାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଏହି ୧୫ ଦିଦିଆ ସମୀକ୍ଷା ଜାରି ରହିବ । ତେଣେ ଦୁଇଦିନ ମଧ୍ୟରେ ପୁଲିସ୍‌ ଅଭିଯୁକ୍ତଙ୍କୁ ନ ଧରିଲେ କୋରାପୁଟ୍‌ ବନ୍ଦ କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର