ଭାରସାମ୍ୟ ହରାଇ  ଗଛକୁ ପିଟିଲା ପୁଲିସ ଗାଡି, ଜଣେ ମୃତ

ସୁନ୍ଦରଗଡ଼: ହେମଗିର ଥାନା କାଲୋବାହାଲ ଛକ ନିକଟରେ ପୁଲିସ ଗାଡି  ଭାରସାମ୍ୟ ହରାଇ ଗଛକୁ ପିଟି ଚୂରମାର ହୋଇଯାଇଛି। ଦୁର୍ଘଟଣାରେ ଜଣେ ପୁଲିସ କର୍ମଚାରୀ ଆନନ୍ଦ ଏକ୍କାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଵେଳେ ଅନ୍ୟ ଜଣେ କର୍ମଚାରୀଙ୍କୁ ଗୁରୁତର ଅଵସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ପଠାଯାଇଛି। ମୃତକଙ୍କ ନାମ ଅନିଲ ଏକ୍କା (୩୬) ଓଏପିଏଫ ଯବାନ। ଗୁରୁତର-ସୁନିଲ ନାଏକ (୫୮) କ୍ରାଇମ ହାବିଲଦାର। ଗାଡିଟି ହେମଗିର ଥାନାରୁ ସୁନ୍ଦରଗଡ଼ ଆସୁଥିବା ବେଳେ କାଲୋଵାହାଲ ଛକରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଖବର ପାଇ ଏସପି ସାଗରିକା ନାଥ ଘଟଣାସ୍ଥଳ ଓ ଡାକ୍ତରଖାନ ଯାଇ ମୃତାହତଙ୍କୁ ଦେଖିଥିଲେ।

ଆହତ-ଅଶୋକ କୁଲୁ (୩୧) ଓଏପିଏଫ ଯବାନ ଓ ଗାଡି ଚାଳକ ମଧ୍ୟ ଆହତ। ଚାଳକ ସମେତ ଚାରି ଜଣ ପୁଲିସ ଗାଡ଼ିରେ ଜଣେ ମୁଦାଲାକୁ କୋର୍ଟ ଚାଲାଣ କରି ସୁନ୍ଦରଗଡ଼ରୁ ହେମଗିରକୁ ଫେରିବା ସମୟରେ ଅପରାହ୍ନରେ କାଲୋବାହାଲ ଛକରେ ଦୁର୍ଘଟଣା ଘଟିଛି।

ସମ୍ବନ୍ଧିତ ଖବର