ତହସିଲଦାରଙ୍କ ବଦଳି ଦାବି : ଆଇନ ଅମାନ୍ୟ ଆନ୍ଦୋଳନ, ୫୦ ଗିରଫ

କଣାସ : ତହସିଲଦାରଙ୍କ ବଦଳି ଦାବିରେ କଣାସ ନାଗରିକ ମଂଚ ପକ୍ଷରୁ ଆଜି ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଥିଲା। ନାଗରିକ ମଂଚ ନେତୃତ୍ୱରେ ହଜାର ହଜାର ଆନ୍ଦୋଳନକାରୀ ଏକ ଶୋଭାଯାତ୍ରାରେ ଆସି ତହସିଲ୍‌ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ ଅଟକାଇବାରୁ ଉଭୟପକ୍ଷ ମଧ୍ୟରେ ବେଶ୍‌ କିଛି ସମୟ ଧରି ଧସ୍ତାଧସ୍ତି ଲାଗି ରହିଥିଲା। ଆନ୍ଦୋଳନକାରୀଙ୍କ ମଧ୍ୟରୁ ୫୦ଜଣଙ୍କୁ ଗିରଫ କରି ପରେ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିଲା।

ଆଜି ଅପରାହ୍ଣରେ ନାଗରିକ ମଞ୍ଚ ନେତୃତ୍ୱରେ ହଜାର ହଜାର ସ୍ଥାନୀୟ ଲୋକ ଦୋକନ୍ଦା ମେଳଣ ପଡିଆରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟ ଆଡ଼କୁ ବାହାରିଥିଲେ। ସେମାନେ ରାଜ୍ୟ ସରକାର ତଥା ପ୍ରଶାସନ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ବେଶ୍‌ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ଆନ୍ଦୋଳନ କାରୀଙ୍କୁ ଆୟତ କରିବାପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡିଥିଲା। ପରିସ୍ଥିତି ଭିନ୍ନ ମୋଡ଼ ନେବା ପୂର୍ବରୁ ପୁଲିସ ୫୦ଜଣଙ୍କୁ ଗିରଫ କରିଥିିଲା। ସେମାନଙ୍କୁ ଗାଡ଼ିରେ ବସାଇ ଅନ୍ୟତ୍ର ନିଆଯାଉଥିବା ବେଳେ ଶହଶହ ମହିଳା ପୋଲିସ ଗାଡିକୁ ଅଟକାଇଥିଲେ। ତେବେ ବୁଝାସୁଝା ପରେ ସେମାନେ ରାସ୍ତାରୁ ହଟିଥିଲେ।

ସମ୍ବନ୍ଧିତ ଖବର