୪ ଦିନ ରିମାଣ୍ଡ୍‌ରେ ଯିବ ଟିଟୋ

ଜବାବ ମାଗିଲା ବିଜେପି: ୧୦ ବର୍ଷ ହେଲା ଟିଟୋ ସାମ୍ରାଜ୍ୟ କିଏ ଚଳାଉଥିଲା?

ରାଜନଗର : ଟିଟୋକୁ ଆସନ୍ତା ୩୦ ତାରିଖରୁ ପୁଣି ୪ ଦିନ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଛନ୍ତି ରାଜନଗର କୋର୍ଟ। ଟିଟୋକୁ ଆଜି ରାଜନଗରସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା। ଦାଦାବଟି ଓ ଟେଣ୍ଡର ଫିକ୍ସିଂ ଘଟଣାର ତଦନ୍ତ ପାଇଁ ଏସଟିଏଫ୍‌ ପକ୍ଷରୁ ତାକୁ ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରାଯାଇଥିଲା। ମାତ୍ର କୋର୍ଟ ଆସନ୍ତା ୩୦ ତାରିଖରୁ ଟିଟୋକୁ ୪ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ।

ଟିଟୋକୁ ପୂର୍ବରୁ ଏସଟିଏଫ୍‌ ଟିମ୍‌ ୩ଟି ପର୍ଯ୍ୟାୟରେ ୧୨ ଦିନ ରିମାଣ୍ଡରେ ନେଇ ଜେରା କରି ସାରିଛି। ରାଜନଗରର ପ୍ରେମାନନ୍ଦ ଲେଙ୍କାଙ୍କୁ ଡ୍ରେନେଜ୍‌ ବିଭାଗର ୩ଟି କାମ ପାଇଁ ୭୦ ଲକ୍ଷ ଟଙ୍କା ଦାଦାବଟି ମାଗିବା, ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ଧମକ ଦେବା ଘଟଣାରେ ଟିଟୋକୁ ଆଜି କୋର୍ଟରେ ହାଜର କରାଯାଇଥିଲା। ଟିଟୋ ପାଇଁ ମାମଲା ଲଢୁଥିବା ଆଇନଜୀବୀ ରବି ନାରାୟଣ ମହାନ୍ତି, ମାନସ ଧଳ ଓ ସରୋଜ ରଂଜନ ଜେନା ପ୍ରମୁଖ ତାକୁ ଜାମିନ୍‌୍‌ ଦେବା ପାଇଁ ଯୁକ୍ତି କରିଥିବା ବେଳେ ସରକାରୀ ଓକିଲ ତମସା ପାତ୍ର ତାହାର ବିରୋଧ କରିଥିଲେ। ଏଭଳି ସ୍ଥିତିରେ କୋର୍ଟ ଟିଟୋକୁ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ଜବାବ ମାଗିଲା ବିଜେପି: ୧୦ ବର୍ଷ ହେଲା ଟିଟୋ ସାମ୍ରାଜ୍ୟ କିଏ ଚଳାଉଥିଲା?

କଟକ : ଭିଜିଲାନ୍ସକୁ ଟିଟୋ ଘଟଣାର ତଦନ୍ତ ଭାର ଦେଇ ତଦନ୍ତକୁ ଦିଗହୀନ କରିବା ଓ ନିଜ ଦୋଷ ଲୁୁୁଚାଇବାକୁ ରାଜ୍ୟ ସରକାର ପ୍ରୟାସ ଚଳାଇଛନ୍ତି ବୋଲି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଯଦି ବିଜେଡି ଦଳର ସତ ସାହସ ଅଛି ସିବିଆଇ ତଦନ୍ତକୁ ସ୍ୱାଗତ କରି ଘଟଣାର ତଦନ୍ତରେ ସହଯୋଗ କରି ନିର୍ମଳ ଭାବମୂର୍ତ୍ତିର ପ୍ରମାଣ ଦେଖାଉ। ଅଯଥାରେ ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ଘଟଣାକୁ ଦିଗହୀନ ନ କରନ୍ତୁ। ଯଦି ଶାସକ ଦଳର ସାହସ ଅଛି ତେବେ ଗୃହ ବିଭାଗ, ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚ ଦ୍ୱାରା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ତଦନ୍ତ ପରିସରଭୁକ୍ତ କରି ଘଟଣାର ସତ୍ୟାସତ୍ୟ ଲୋକଲୋଚନଙ୍କୁ ଆଣନ୍ତୁ। ଘଟଣାରେ କେନ୍ଦ୍ର ମନ୍ତ୍ରୀ କି ସାଂସଦ ପ୍ରତାପ ଦେବଙ୍କ ସଂପୃକ୍ତିରି ତଦନ୍ତ କରାଯାଉ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର