ଭୁଲ ବାଟରେ ଗାଡ଼ି ଚଳାଇଲେ ଗାଡ଼ି ଜବତ କରିବ ପୁଲିସ

ଭୁବନେଶ୍ୱର: ରାସ୍ତାରେ ଭୁଲ୍ ଦିଗରେ ବା ରଙ୍ଗ୍ ସାଇଡରେ ଗାଡି ଚଳାଉଥିଲେ ସାବଧାନ ‌ହୋଇଯାଆନ୍ତୁ । ଖାସ୍ କରି ଟ୍ୱିନସିଟିରେ ରଙ୍ଗ୍ ସାଇଡରେ ଗାଡି ଚଳାଇଲେ କେବଳ ଯେ ଚକା ଲିକ୍ ହେବ ତାହା ନୁହେଁ ବରଂ ଗାଡି ମଧ୍ୟ ସିଜ୍ କରିବ ପୁଲିସ । ଏପରିକି ଆଜି ଭୁବନେଶ୍ୱରରେ ରଙ୍ଗ୍ ସାଇଡରେ ଆସୁଥିବା ୬୯ ଜଣ ଗାଡି ଚାଳକଙ୍କ ଗାଡି ଜବତ୍ କରିଛି ପୁଲିସ । ଗୁରୁବାର ଭୁବନେଶ୍ୱରର ୯ଟି ସ୍ଥାନରେ ଯାଞ୍ଚ କରାଯାଉଥିବାବେଳେ ଏହି ଗାଡି ଗୁଡିକୁ ସିଜ୍ କରାଯାଇଛି । କୋର୍ଟଙ୍କ ଅନୁମତି ପରେ ଗାଡି ଗୁଡିକୁ ଛଡାଯିବ ବୋଲି କହିଛନ୍ତି ପୁଲିସ ଅଧିକାରୀ ।

ଏହାବାଦ୍ ହେଲମେଟ, ସିଟବେଲ୍ଟ ନ ପିନ୍ଧି ଗାଡି ଚଳାଉଥିବା ଚାଳକଙ୍କଠାରୁ ମଧ୍ୟ ଫାଇନ ଆଦାୟ କରାଯାଇଛି । ଏହାପୂର୍ବରୁ ଗତକାଲି ରଙ୍ଗ୍ ସାଇଡରେ ଗାଡି ଚଳାଉଥିବା ଚାଳକଙ୍କ ସାବାଡ କରିବାକୁ ରାସ୍ତାରେ ସ୍ପାଇକ ବାରିଅର ବା ଟାୟାର କିଲର ଲଗାଯିବ ବୋଲି ପୁଲିସ କମିସନର କହିଥିଲେ, ଯାହାଦ୍ୱାରା ରଙ୍ଗ ସାଇଡରେ ଗାଡି ଚଲାଇଲେ ଚକା ଲିକ୍ ହୋଇଯିବ ।

ଏସବୁ ଭିତରେ ସରକାର ଗାଡି କାଗଜପତ୍ର ପାଇଁ ଦେଇଥିବା ସମୟସୀମା ସରି ସରି ଆସୁଛି । ଆସନ୍ତା ମାର୍ଚ୍ଚ ୧ରୁ ହେଲମେଟ, ରଙ୍ଗ ସାଇଡ ଗାଡି ଚାଳନା ସହ ଗାଡି କାଗଜପତ୍ର ଯାଞ୍ଚକୁ କଡାକଡି କରାଯିବ । ତେଣୁ ପୁଣିଥରେ ଆରଟିଓରେ ଗାଡି ଚାଳକଙ୍କ ଭିଡ ଜମିବା ଆରମ୍ଭ ହେଲାଣି ।

ସମ୍ବନ୍ଧିତ ଖବର