ହାଟଡିହି: ହାଟଡିହି ବ୍ଲକ୍‌ ଶାଳଣିଆଁ ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। ପଞ୍ଚାୟତ ନିର୍ବାଚନରେ ହାର୍‌ଜିତକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ି ଚାଲିଥିବାରୁ ପୁଲିସ ପାଇଁ ଏହା ମୁଣ୍ଡବ୍ୟଥା ପାଲଟିଛି। ତିନିଦିନ ଭିତରେ ତିନିଟି ଗଣ୍ଡଗୋଳ  ଘଟିଲାଣି। ଆଗାମୀ ଦିନରେ ଏହା ଉଗ୍ରରୂପ ନେବାର ଆଶଙ୍କା ରହିଛି।

Advertisment

ଏନେଇ ଦୁଇ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏଥିପ୍ରତି ସତର୍କ ଦୃଷ୍ଟି ରଖିଥିବା ଆଇଆଇସି ଗଗନ ବିହାରୀ ବିଶ୍ୱାଳ କହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଖୁବ୍‌ଶୀଘ୍ର ଶାନ୍ତି କମିଟି ଗଠନ କରାଯିବ। ଏନେଇ ଉଭୟ ଗୋଷ୍ଠୀର ନେତୃସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଜାରି ରଖିଛୁ ବୋଲି ଆଇଆଇସି କହିଛନ୍ତି।