ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ବୋଧହୁଏ ପୂର୍ବରୁ ଏମିତି ଦୃଶ୍ୟ ଦେଖିବାକୁ ମିଳି ନ ଥିଲା । ନବୀନ ନିବାସ ଆଗରେ ଧାରଣାରେ ବସିଥିବା ବିଜେପି ବିଧାୟକମାନଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ବାହାରକୁ ଆସି ଡାକିବା, ବିଜେଡିର କିଛି ତୁଙ୍ଗ ନେତା ଓ ମନ୍ତ୍ରୀ ହାତଯୋଡି ବିଜେପି ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଆସିବା ପାଇଁ ଅନୁରୋଧ କରିବା, ବିଜେଡି ମହିଳା ନେତ୍ରୀ ପାରମ୍ପରିକ ଶୈଳୀରେ ସ୍ବାଗତ କରିବା ଭଳି ଦୃଶ୍ୟ ନିଶ୍ଚିତ ଭାବେ ପ୍ରଥମ। ରାଜ୍ୟ ରାଜନୀତିର ଏହି ରୋଚକ ଦୃଶ୍ୟ ଆଜି ଗଣମାଧ୍ୟମ ଜରିଆରେ ଦେଖିବାକୁ ପାଇଛନ୍ତି ରାଜ୍ୟବାସୀ।
ଆଜି ସକାଳ ୧୦ଟାରେ ବିଧାନସଭା ଆରମ୍ଭ ହୋଇଥିଲା । ମଣ୍ଡି ସମସ୍ୟା ଓ ଦେବଗଡ଼ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମ ବିବାଦକୁ ନେଇ ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଓ ବିରୋଧୀ ଦଳ ନେତା ଆରମ୍ଭ କରିଦେଲେ ହଟ୍ଟଗୋଳ । ଯାହାଫଳରେ ଗୃହ ଠିକ୍ ଭାବେ ଚାଲିପାରି ନଥିଲା । ଆଉ ଦିନ ଗୋଟାଏ ସମୟରେ ପୂର୍ବ ଯୋଜନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଲୋକସେବା ଭବନକୁ ଯାଇଥିଲେ ବିଜେପି ବିଧାୟକ।
/sambad/media/post_attachments/wp-content/uploads/2021/03/631f89f5-d1a1-43e7-ac98-01daabe19372.jpg)
/sambad/media/post_attachments/wp-content/uploads/2021/03/e67f8f0f-fc76-4f05-8217-dd1f26141968.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/politics-cm-niwash-18_Thumb.jpg)